ଦିଲ୍ଲୀ:୧୫ ଘଣ୍ଟାରେ ୫ ହତ୍ୟା, କେଜ୍ରିୱାଲ-ପୁଲିସ ଟ୍ବିଟର୍‌ ଯୁଦ୍ଧ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ଏବେ ଅପରାଧ ରାଜଧାନୀ ଭାବେ ବିବେଚିତ ହୋଇଛି। ୧୫ ଘଣ୍ଟା‌ ମଧ୍ୟରେ ଦିଲ୍ଲୀରେ ୪ଟି ଗୁଳିକାଣ୍ଡ ହୋଇ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଲିସ ବିଭାଗକୁ ସମାଲୋଚନା କରିଥିବା ବେଳେ ଦିଲ୍ଲୀ ପୁଲିସ ମଧ୍ୟ କେଜ୍ରିୱାଲଙ୍କୁ ଏହାର ଜବାବ ଦେଇଛି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ହତ୍ୟାକାଣ୍ଡରେ ଘୋର ଅସନ୍ତୋଷ ପ୍ରକାଶ କରିବା ସହ ଦିଲ୍ଲୀ ପୁଲିସକୁ ଟାର୍ଗେଟ୍‌ କରି ଏହା ଅତି ଗୁରୁତର ସ୍ଥିତି ବୋଲି ଟ୍ବିଟ୍‌ କରି କରିଥିଲେ। ଦିଲ୍ଲୀ ପୁଲିସ ପକ୍ଷରୁ ଏହାର ଜବାବରେ କୁହାଯାଇଛି ଯେ ବ୍ୟକ୍ତିଗତ ଶତ୍ରୁତା ଯୋଗୁଁ ଏହି ହତ୍ୟାକାଣ୍ଡ ହୋଇଛି ଏବଂ ଦିଲ୍ଲୀରେ ଅପରାଧ ହାର ପୂର୍ବାପେକ୍ଷା ଯଥେଷ୍ଟ କମିଛି। ପୁଲିସ୍‌ ଏବଂ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଏହି ଟ୍ବିଟର୍‌ ଯୁଦ୍ଧ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର