ଦଲେର ମେହନ୍ଦିଙ୍କୁ ୨ ବର୍ଷ ଜେଲ୍‌, ଜାମିନ ମଞ୍ଜୁର

ନୂଆଦିଲ୍ଲୀ: ମାନବ ଚାଲାଣ ମାମଲାରେ ଆଜି ପଞ୍ଜାବର ପପ୍‌ ଗାୟକ ଦଲେର ମେହନ୍ଦି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପଞ୍ଜାବର ଏକ ଅଦାଲତ ୨୦୦୩ ମସିହାର ଏକ ମାମଲାରେ ଦଲେରଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍‌ଦଣ୍ଡ ଶୁଣାଇଛନ୍ତି। ତେବେ ଦଣ୍ଡାଦେଶ ପରେ ଦଲେରଙ୍କୁ ଜାମିନ ମିଳିଛି। ଜାମିନ ମଞ୍ଜୁର ହୋଇଥିବାରୁ ଦଲେର ତାଙ୍କ ବିରୋଧରେ ଆସିଥିବା ରାୟକୁ ଚ୍ୟାଲେଞ୍ଜ କରି ଉଚ୍ଚ ନ୍ୟାୟାଳୟରେ ଆବେଦନ କରିବେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଦଲେର ଏବଂ ତାଙ୍କ ଭାଇ ସମଶେର ସିଂହ ତାଙ୍କ କଳାକାର ଟିମ୍‌ର ସଦସ୍ୟ ଭାବେ ୧୦ ଜଣଙ୍କୁ ବେଆଇନ ଭାବେ ବିଭିନ୍ନ ରାଷ୍ଟ୍ରକୁ ଚାଲାଣ କରିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର