ଭୁବନେଶ୍ୱର ଆଇଆଇଟିର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ନିଯୁକ୍ତିରେ ବିଳମ୍ବ

ନୂଆଦିଲ୍ଲୀ : ଭୁବନେଶ୍ୱର ଆଇଆଇଟିରେ ଏପର୍ଯ୍ୟନ୍ତ ସୁଦ୍ଧା ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ନିଯୁକ୍ତି କରାଯାଇନାହିଁ।

ଏହି ପଦ ନିମନ୍ତେ ଗତ ଜୁଲାଇ ୧୪ ତାରିଖରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସର୍ଚ୍ଚ କମିଟି ଦ୍ବାରା ଅନ୍‌ଲାଇନ୍‌ ସାକ୍ଷାତକାର ନିଆଯାଇଥିଲା। ଭୁବନେଶ୍ବର ସହିତ ପାଟଣା ଓ ରୁପାର ଆଇଆଇଟି ନିର୍ଦ୍ଦେଶକ ପଦ ନିମନ୍ତେ ସାକ୍ଷାତକାର ନିଆଯାଇଥିଲା। ମନ୍ତ୍ରାଳୟର ଜ‌ଣେ ପୂର୍ବତନ ଅଧିକାରୀଙ୍କ କହିବା ମୁତାବକ ସାକ୍ଷାତକାରର ଦୁଇ ସପ୍ତାହ ମଧ୍ୟରେ ନିଯୁକ୍ତି ପତ୍ର ଜାରି କରାଯାଇଥାଏ କିମ୍ବା କୌଣସି ଯୋଗ୍ୟ ପ୍ରାର୍ଥୀ ନ ମିଳିଲେ ନିଯୁକ୍ତିରେ ବିଳମ୍ବ ହୋଇଥାଏ। ଏପର୍ଯ୍ୟନ୍ତ ନିଯୁକ୍ତି ପତ୍ର ଜାରି କରାଯାଇନାହିଁ। ତେଣୁ, ନିଯୁକ୍ତି ବିଳମ୍ବିତ ହୋଇଛି। ତେବେ, ବିଳମ୍ବର କାରଣ ନେଇ ମନ୍ତ୍ରାଳୟ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର