କୋହଭରା କଣ୍ଠରେ ନିର୍ଭୟାଙ୍କ ମା’ କହିଲେ ‘ପ୍ରତିଦିନ ଆଶା ଭାଙ୍ଗୁଛି, ପ୍ରତିଦିନ ମୁଁ ଦମ୍ଭ ହୋଇ ଛିଡ଼ା ହଉଛି, ଆମ ନ୍ୟାୟିକ ବ୍ୟବସ୍ଥାକୁ ସାରା ବିଶ୍ବ ଦେଖୁଛି’

ନୂଆଦିଲ୍ଲୀ: ପୁଣି ଥରେ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କ ଫାଶୀ ତାରିଖକୁ ସ୍ଥଗିତ ରଖିଛନ୍ତି ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ। ପୂର୍ବରୁ ଦୁଇ ଦୁଇ ଥର ଫାଶୀ ତାରିଖକୁ ଘୁଞ୍ଚାଯାଇଥିବା ବେଳେ ଏଥର ପୁଣି ଥରେ ଫାଶୀ ତାରିଖକୁ ସ୍ଥଗିତ ରଖାଯିବା ନେଇ ଭାଙ୍ଗି ପଡ଼ିଛନ୍ତି ନିର୍ଭୟାଙ୍କ ମାଆ ଆଶା ଦେବୀ।

ସେ ଗଣମାଧ୍ୟମରେ ନିଜର ବୟାନ ରଖି କହିଛନ୍ତି ଯେ ପ୍ରତ୍ୟେକ ଦିନ ତାଙ୍କ ଭିତରୁ ଆଶା କମି କମି ଯାଉଛି। ତା’ପରେ ବି ସେ କହିଛନ୍ତି କି କିଛି ବି ହେଇଯାଉ ଦୋଷୀମାନେ ‌ଯେମିତି ହେଲେ ବି ଫାଶୀ ପାଇବେ। ତାଙ୍କୁ ସେଥିରୁ କେହି ବି ହେଲେ ମୁକୁଳେଇ ପାରିବେ ନାହିଁ।

ସେ ଗଣମାଧ୍ୟମରେ ଆହୁରି ବି କହିଛନ୍ତି ଯେ କିପରି ଭାବେ ଆମ ନ୍ୟାୟିକା ବ୍ୟବସ୍ଥା ବାରମ୍ବାର ବିଫଳ ହେଉଛି ତାହା ସାରା ବିଶ୍ବ ଦେଖୁଛି। ତାହା ଆମ ବ୍ୟବସ୍ଥାର ଦୁର୍ବଳତା।

DNA India

ସେ କହିଛନ୍ତି କି ‘ମୁଁ ପ୍ରତିଦିନ ଆଶା ହାରୁଛି। ତା’ପରେ ବି ପ୍ରତିଦିନ ମୁଁ ପୁଣି ଉଠି ଛିଡ଼ା ହଉଛି। ସେମାନେ ‌ଯେମିତି ବି ହେଲେ ଫାଶୀରେ ଛୁଲିବେ। ନିର୍ଭୟାଠାରୁ ଆହୁରି ଦୁଃଖଦ ଘଟଣା ଆଉ କିଛି ହୋଇ ନପାରେ। ତଥାପି ବି ଅଦାଲତ ଡ୍ରାମା ଦେଖି ଚାଲିଛନ୍ତି।’

ଉଲ୍ଲେଖଯୋଗ୍ୟ, ପୂର୍ବରୁ ୨ ଥର ଦୋଷୀମାନଙ୍କ ଫାଶୀ ତାରିଖ ସ୍ଥିର ହୋଇଥିଲେ ମଧ୍ୟ ଭିନ୍ନ ଭିନ୍ନ କାରଣରୁ ତାହାକୁ ସ୍ଥଗିତ ରଖାଯାଇ ପରବର୍ତ୍ତୀ ତାରିଖ ନିର୍ଦ୍ଧାରଣ କରାଯାଇଥିଲା। ଶେଷରେ ମାର୍ଚ୍ଚ ୩ ଅର୍ଥାତ ଆସନ୍ତାକାଲି ଫାଶୀରେ ଝୁଲିଥାନ୍ତେ ନିର୍ଭୟା ଦୋଷୀ। ମାତ୍ର ଫାଶୀ ପୂର୍ବରୁ ଅନ୍ୟତମ ଅଭିଯୁକ୍ତ ପବନ କୁମାର ରାଜକ୍ଷମା ଆବେଦନ କରିଥିବା କାରଣରୁ ଏଥର ବି ଫାଶୀ ତାରିଖ ସ୍ଥଗିତ ରହିଛି।

ସମ୍ବନ୍ଧିତ ଖବର