ବିଳମ୍ବ ହୋଇପାରେ ରାହୁଳଙ୍କୁ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ

ନୂଆଦିଲ୍ଲୀ: କଂଗ୍ରେସର କେତେକ ବରିଷ୍ଠ ନେତା ଦଳର ଉପସଭାପତି ରାହୁଳ ଗାନ୍ଧୀ ଖୁବ୍‌ ଶୀଘ୍ର ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ଠାରୁ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ନେବେ ବୋଲି ବାରମ୍ବାର କହୁଥିେଊ ମଧ୍ୟ ଏହା କାର୍ଯ୍ୟକାରୀ ହେବାରେ ବିଳମ୍ବ ହେଉଛି। ଯାହା ସୂଚନା ମିଳିଛି ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ନେବା ବିଳମ୍ବିତ ହୋଇପାରେ। କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ କେବେ ବସିବ ତାହା ସ୍ଥିର ହୋଇ ନ ଥିବାରୁ , କଂଗ୍ରେସର ବରିଷ୍ଠ ନେତାମାନେ ଗୁଜୁରାଟ ନିର୍ବାଚନ ପରେ କଂଗ୍ରେସ ଦଳ ଅଧ୍ୟକ୍ଷ ପଦବି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସଙ୍କେତ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ କେତେ ମାସ ଧରି ରାହୁଲ ଗାନ୍ଧୀ କଂଗ୍ରେସ ଦଳର ଅଧ୍ୟକ୍ଷ ଦାୟିତ୍ୱ ନେବେ ବୋଲି ଦଳର ବରିଷ୍ଠ ନେତାମାନେ କହି ଆସୁଛନ୍ତି। କେତେବେଳେ ଦୀପାବଳୀ ପରେ ରାହୁଲ ଦାୟିତ୍ୱ ନେବେ ବୋଲି କୁହାଯାଉଥିଲା ତ କେତେବେଳେ ଗୁଜୁରାଟ ନିର୍ବାଚନ ପୂର୍ବରୁ ସେ ଏହି ଦାୟିତ୍ୱ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର କଂଗ୍ରେସ ଅଧ୍ୟକ୍ଷ ଭାବେ ରହୁଳଙ୍କ ଅଭିଷେକ ବିଳମ୍ବିତ ହେବାରେ ଲାଗିଛି।
ତେବେ ଚର୍ଚ୍ଚା ହେଉଥିଲା ଯେ ରାହୁଳ ହୁଏତ ହିମାଚଳପ୍ରଦେଶ ନିର୍ବାଚନ ସମୟରେ ଅଧ୍ୟକ୍ଷ ଦାୟିତ୍ୱ ନେବେ। ଏହି ସମୟରେ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହେଉଥିବାରୁ ରାହୁଳ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ନେଇ ପାରନ୍ତି। ମାତ୍ର ତାହା ବିଳମ୍ବିତ ହୋଇ ଗୁଜୁରାଟ ନିର୍ବାଚନ ପୂର୍ବରୁ ରାହୁଳଙ୍କୁ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ଦେବା ପାଇ କୁହାଯାଉଥିଲା। ମାତ୍ର ତାହା ବିଳମ୍ବିତ ହୋଇଛି। ଏ ନେଇ ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ ଗୁଜୁରାଟ ନିର୍ବାଚନ ସମୟରେ ରାହୁଲ ଅଧ୍ୟକ୍ଷ ଦାୟିତ୍ୱ ନେଲେ ଏହା ନିର୍ବାଚନ ମନସ୍କ କର୍ମୀମାନଙ୍କୁ ହୁଏତ ଆନମନା କରିପାରେ। ଅର୍ଥାତ ସେମାନ ଯେଉର୍ଁ ନିଷ୍ଠା ଓ ଲକ୍ଷ୍ୟ ନେଇ ଗୁଜୁରାଟରେ ବିଜେପି ବିରୋଧରେ ଲଢ଼ୁଛନ୍ତି, ହୁଏତ ରାହୁଲଙ୍କୁ ସମ୍ବର୍ଦ୍ଧନା ଓ ସ୍ୱାଗତରେ ଅଧିକ ସମୟ ବ୍ୟୟ କରି ନିର୍ବାଚନରୁ ଦୃଷ୍ଟି ହଟାଇ ଦେଇ ପାରନ୍ତି। ସେଥିପାଇଁ ଗୁଜୁରାଟ ନିର୍ବାଚନ ଭିତରେ ରାହୁଳଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଉ ନାହିଁ। ତଥାପି କେତେକ କଂଗ୍ରେସ ନେତା ଏବେ ବି ଭାବୁଛନ୍ତି ଯେ ହୁଏତ ରାହୁଳଙ୍କୁ ଆଜି ଠାରୁ ଗୁଜୁରାଟ ନିର୍ବାଚନ ମଧ୍ୟରେ ଅଧ୍ୟକ୍ଷ ପଦ ଦିଆଯାଇ ପାରେ।

କାରଣ ଚଳିତ ବର୍ଷ ସୁଦ୍ଧା ନିର୍ବାଚନ କମିସନଙ୍କ ନିକଟରେ ଦଳର ସାଙ୍ଗଠନିକ ନିର୍ବାଚନ ସମ୍ପର୍କରେ ସୂଚନା ଦେବାକୁ ପଡ଼ିବ। ଯଦି ବିଳମ୍ବ କରାଯାଇ ଗୁଜୁରାଟ ଓ ହିମାଚଳ ପଦେଶ ନିର୍ବାଚନ ପ୍ରକାଶ ପର୍ଯ୍ୟନ୍ତ ଅପେକ୍ଷା କରାଯାଏ ତେବେ ଡିସେମ୍ବର ମାସ ୧୮ ତାରିଖ ପରେ ମାତ୍ର ୧୨ ଦିନ ହାତରେ ଥିବ ଦଳର ସାଙ୍ଗଠନିକ ନିର୍ବାଚନ ଶେଷ କରିବା ପାଇଁ। ଅପରପକ୍ଷେ ଯଦି ଏହି ଦୁଇ ରାଜ୍ୟର ଫଳାଫଳ କଂଗ୍ରେସ ସପକ୍ଷରେ ନ ଯାଏ ତେବେ ରାହୁଳଙ୍କୁ ଦାୟିତ୍ୱ ଦେବା ବେଳେ ମଧ୍ୟ ସମାଲୋଚନା ଆସିପାରେ। ତେଣୁ ନିର୍ବାଚନ ଫଳାଫଳ ପୂର୍ବରୁ ରାହୁଳ ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇ ପାରେ ବୋଲି କେତେକ କଂଗ୍ରେସ ନେତା ମତପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର