ମୋଦୀ ଓ ଜିନ୍‌ପିଙ୍ଗ୍‌ଙ୍କ ରୁଦ୍ଧଦ୍ୱାର ବୈଠକ ପରେ ପ୍ରତିନିଧିସ୍ତରୀୟ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ଶନିବାର ପୂର୍ବାହ୍ନରେ ନିର୍ଦ୍ଧାରିତ ସମୟରେ ତାଜ୍‌ ଫିସର୍‌ମ୍ୟାନ୍‌ସ୍‌ କୋଭ୍‌ ହୋଟେଲ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପତି ଜୀ ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଦୀର୍ଘ ଏକ ଘଣ୍ଟା ବ୍ୟାପି ହୋଇଥିବା ଅଣଆନୁଷ୍ଠାନିକ ରୁଦ୍ଧଦ୍ୱାର ବୈଠକ ଶେଷ ହୋଇଛି।

ଆଜି ଦ୍ୱିତୀୟ ଦିନର ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କୁର୍ତ୍ତା, ପାଇଜାମା ଓ ମୋଦୀ ଜ୍ୟାକେଟ୍‌ ପରିଧାନ କରିଥିଲେ। ଟାଇ ନ ବାନ୍ଧି ଜି ପିନ୍ଧିଥିଲେ କଳା ସୁଟ୍‌।

ଆଲୋଚନା ସମୟରେ ସଂକ୍ଷିପ୍ତ ଚା ପାନ ବିରତି ପରେ ଉଭୟ ନେତା ପ୍ରତିନିଧି ସ୍ତରୀୟ ଆଲୋଚନା ପାଇଁ ରିସର୍ଟରେ ଥିବା ଟାଙ୍ଗୋ ହଲ୍‌କୁ ଯାଇଥିଲେ।

Image Source: ANI

ଏହି ଆଲୋଚନା ସଭାରେ ଭାରତ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାତୀୟ ନିରାପତ୍ତା ପରାମର୍ଶ ଦାତା ଅଜିତ ଡୋଭାଲ୍‌, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, ବୈଦେଶିକ ସଚିବ ବିଜୟ ଗୋଖଲେ ଏବଂ ଅନ୍ୟମାନେ ଉପସ୍ଥିତ ଅଛନ୍ତି।

ବକ୍ତବ୍ୟ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ: ଚୀନ୍‌ ଓ ତାମିଲନାଡୁ ରାଜ୍ୟ ମଧ୍ୟରେ ନିବିଡ଼ ସାଂସ୍କୃତିକ ଏବଂ ବ୍ୟାବସାୟିକ ସମ୍ପର୍କ ରହିଛି। ଗତ ୨୦୦୦ ବର୍ଷର ବହୁଳାଂଶରେ ଭାରତ ଓ ଚୀନ୍‌ ଅର୍ଥନୈତିକ ଶକ୍ତି ହୋଇ ରହିଛନ୍ତି।

ସମ୍ବନ୍ଧିତ ଖବର