ଦଳ ଛାଡ଼ିଲେ ଦିଲ୍ଲୀ ଆପ୍‌ ବିଧାୟିକା ଅଳକା ଲାମ୍ବା

ନୂଆଦିଲ୍ଲୀ : ଦିଲ୍ଲୀ ଆପ୍‌ ବିଧାୟିକା ଅଳକା ଲାମ୍ବା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଆଜି ଦଳ ଛାଡ଼ି ଦେଇଛନ୍ତି। ଏକ ଟ୍ବିଟ୍‌ କରି ଲାମ୍ବା କହିଛନ୍ତି, ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ତାଙ୍କ ଇସ୍ତଫା ଗ୍ରହଣ କରିବାପାଇଁ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଅଳକା ଲାମ୍ବା ନିକଟରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଭେଟିଥିବାରୁ ସେ କଂଗ୍ରେସରେ ଯୋଗ ଦେବେ ବୋଲି କୁହାଯାଉଛି। ଅଳକାଙ୍କ କହିବା ଅନୁଯାୟୀ ଗତ ୬ ବର୍ଷ ମଧ୍ୟରେ ବହୁତ କିଛି ଶିଖିବାକୁ ମିଳିଛି। ଲାମ୍ବା ୨୦୧୩‌ରେ ଆପ୍‌ରେ ଯୋଗ ଦେବା ପୂର୍ବରୁ କଂଗ୍ରେସରେ ଦୀର୍ଘ ୨୦ ବର୍ଷ ଧରି ଥିଲେ। ଗତ କିଛି ଦିନ ଧରି ସେ ଆପ୍‌ ଏବଂ ଆପ୍‌ ସୁପ୍ରି ମୋ କେଜ୍ରିୱାଲ୍‌ଙ୍କୁ ଖୋଲାଖୋଲି ସମାଲୋଚନା କରିଥିଲେ। ଏପରିକି ସେ ଲୋକସଭା ନିର୍ବାଚନ ସମୟରେ ମଧ୍ୟ ଦଳ ପାଇଁ ପ୍ରଚାର କରିନଥିଲେ।

ସମ୍ବନ୍ଧିତ ଖବର