ପଶ୍ଚିମବଙ୍ଗ : ମମତାଙ୍କ ଧମକ ସତ୍ତ୍ୱେ ଧର୍ମଘଟ ଜାରି ରଖିଛନ୍ତି ଡାକ୍ତର, ନୂଆଦିଲ୍ଲୀ ଏମ୍ସ ଡାକ୍ତରଙ୍କ ସମର୍ଥନ

କୋଲକତା : ପଶ୍ଚିମବଙ୍ଗର କୋଲକତା ଓ ବର୍ଦ୍ଧମାନର ଡାକ୍ତରମାନଙ୍କ ଧର୍ମଘଟ ମାମଲା ଅଧିକ ଜଟିଳ ହେବାରେ ଲାଗିଛି । ୪ ଘଣ୍ଟା ମଧ୍ୟରେ ଧର୍ମଘଟ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଚରମବାଣୀ ସତ୍ତ୍ୱେ ସେମାନେ ଧର୍ମଘଟ ଜାରି ରଖିଛନ୍ତି । ଡାକ୍ତରମାନେ ଅଭିଯୋଗ କରିଛନ୍ତି ଯେ ମମତା ବାନର୍ଜି ଏହି ସମସ୍ୟାର ସମାଧାନ ଚାହୁଁ ନାହାନ୍ତି । ଏଣୁ ଧର୍ମଘଟ ଚାଲିବ । କୋଲକତା ଡାକ୍ତରମାନଙ୍କ ଏହି ଧର୍ମଘଟକୁ ନୂଆଦିଲ୍ଲୀ ସ୍ଥିତି ଏମସର ଡାକ୍ତରମାନେ ନୈତିକ ସମର୍ଥନ ଜଣାଇଛନ୍ତି । ସାଂକେତିକ ଭାବେ ଏମ୍ସ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନର ସଦସ୍ୟମାନେ ମୁଣ୍ଡରେ ବ୍ୟାଣ୍ଡେଜ ଭିଡି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଏହା ପୂର୍ବରୁ ମମତା ବାନାର୍ଜି ସେମାନଙ୍କୁ ୪ ଘଣ୍ଟା ମଧ୍ୟରେ ଧର୍ମଘଟ ବନ୍ଦ କର ନୋଚେତ ହଷ୍ଟେଲ ଛାଡ ବୋଲି ଚରମବାଣୀ ଶୁଣାଇଥିଲେ । ଏହି ଧର୍ମଘଟ ପଛରେ ବିଜେପି ଓ କମ୍ୟୁନିଷ୍ଟ ପାର୍ଟିର ହାତ ଅଛି ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର