ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ପଞ୍ଚଶୀଳ ପାର୍କରେ ଗତ ଶୁକ୍ରବାର ଜଣେ ଏୟାରହଷ୍ଟେସ୍ ଆତ୍ମହତ୍ୟା କରିଥିଲେ। ଘଟଣା ଘଟିବାର ତିନିଦିନ ପରେ ଆଜି ତାଙ୍କ ପରିବାର ହତ୍ୟା ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ପୁଲିସ ତାଙ୍କ ସ୍ୱାମୀ ମୟଙ୍କ ସିଙ୍ଘଭିଙ୍କୁ ପଚରାଉଚରା ପରେ ଗିରଫ କରିଛି। ମଙ୍ଗଳବାର ତାଙ୍କୁ କୋର୍ଟଚାଲାଣ କରାଯିବ। ୩୯ ବର୍ଷୀୟା ଏୟାରହଷ୍ଟେସ୍ ଅନିସିୟା ବାତ୍ରା ଜର୍ମାନ୍ ଏୟାରଲାଇନ୍ ଲୁଫଥାନ୍ସାରେ କାମ କରୁଥିଲେ। ତେବେ ଗତ ଶୁକ୍ରବାର ସେ ତାଙ୍କ ବାସଭବନର ବାଲକୋନିରୁ ଡେଇଁ ଆତ୍ମହତ୍ୟା କରିଥିଲେ। ସ୍ୱାମୀ ମୟଙ୍କ ସିଂହଭି ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଚିକିତ୍ସାଳୟ ନେଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ଦିଲ୍ଲୀ ଏୟାରହଷ୍ଟେସ୍ଙ୍କ ଆତ୍ମହତ୍ୟା:ସ୍ୱାମୀଙ୍କୁ ବାନ୍ଧିଲା ପୁଲିସ
/sambad/media/post_attachments/wp-content/uploads/2018/07/air-hostage.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)