ନୂଆଦିଲ୍ଲୀ: କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ବୁଧବାର ଦିଲ୍ଲୀର ଅନେକ ସ୍ଥାନରେ ବାୟୁମାନ ‘ଗମ୍ଭୀର’ ସ୍ତରକୁ ଖସି ଆସିଛି ଏବଂ ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୪୦୦ରୁ ଅଧିକ ରହିଛି। ଅଶୋକ ବିହାର ଭଳି ଅଞ୍ଚଳରେ ଏକ୍ୟୁଆଇ ୪୦୫, ବୱାନାରେ ୪୪୭, ଦ୍ୱାରକାରେ ୪୦୫ ଏବଂ ଜାହାଙ୍ଗୀରପୁରୀରେ ୪୨୯ ରେକର୍ଡ କରାଯାଇଛି। ତେବେ ଅନ୍ୟ ସ୍ଥାନରେ ବାୟୁର ଗୁଣବତ୍ତା ‘ଅତ୍ୟନ୍ତ ଖରାପ’ ରହିଥିବା ବେଳେ ଆନନ୍ଦ ବିହାରରେ ଏକ୍ୟୁଆଇ ୩୭୮, ବୁରାରି ଛକରେ ୩୭୪, ଲୋଧି ରୋଡ୍ରେ ୩୯୨ ରେକର୍ଡ କରାଯାଇଛି।
ସକାଳ ସାଢ଼େ ୮ଟା ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୧୦.୬ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ଆପେକ୍ଷିକ ଆର୍ଦ୍ରତା ୭୬ ପ୍ରତିଶତ ରେକର୍ଡ କରାଯାଇଛି। ସୂଚନାଯୋଗ୍ୟ, ଶୂନ୍ୟରୁ ୫୦ ମଧ୍ୟରେ ଏକ୍ୟୁଆଇକୁ ‘ଭଲ’, ୫୧ରୁ ୧୦୦ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ‘ମଧ୍ୟମ’, ୨୦୧ରୁ ୩୦୦ ‘ଖରାପ’, ୩୦୧ରୁ ୪୦୦ ‘ଅତ୍ୟନ୍ତ ଖରାପ’, ୪୦୧ରୁ ୪୫୦ ‘ଗମ୍ଭୀର ବା ଗୁରୁତର’ ଏବଂ ୪୫୦ରୁ ଅଧିକ ‘ଅତି ଗୁରୁତର’ ବୋଲି ବିବେଚନା କରାଯାଏ।