ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁ ପ୍ରଦୁଷଣ ଅତି ଭୟଙ୍କର ରୂପ ନେଇଥିବା ବେଳେ ସୁପ୍ରିମକୋର୍ଟ ଆଜି ଦିଲ୍ଲୀ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଏପରି ସ୍ଥଳେ ଦିଲ୍ଲୀ ପ୍ରଦୂଷଣ ସଂକ୍ରାନ୍ତରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଥିଲେ ମଧ୍ୟ ସାଂସଦ ଏବଂ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇନଥିଲେ। ପରିଶେଷରେ ବୈଠକ ବାତିଲ୍ କରି ଦିଆଗଲା। ସୂଚନାନୁଯାୟୀ ବୈଠକରେ ଯେଉଁ ପ୍ରମୁଖ ଅଧିକାରୀମାନେ ଅନୁପସ୍ଥିତ ଥିଲେ ସେମାନେ ହେଉଛନ୍ତି ଡିଡିଏ (ଦିଲ୍ଲୀ ଡେଭେଲପ୍ମେଣ୍ଟ୍ ଅଥୋରିଟି)ର ଉପାଧ୍ୟକ୍ଷ, ଏମ୍ସିଡି (ମ୍ୟୁନିସପାଲ୍ କର୍ପୋରେସନ୍ସ ଅଫ୍ ଦିଲ୍ଲୀ)ର ୩ ଜଣ କମିସନର, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ପ୍ରମୁଖ ସଚିବ। ୨୯ ସାଂସଦଙ୍କ ମଧ୍ୟରୁ କେବଳ ୪ ଜଣ ଆଜିର ବୈଠକ ପାଇଁ ଆସିଥିଲେ। ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇନଥିବାରୁ କମିଟିର ଅଧ୍ୟକ୍ଷ ଏବଂ ଅନ୍ୟ ସଦସ୍ୟମାନେ ଏହାକୁ ଅତି ଗମ୍ଭୀରତାର ସହ ନେଇଛନ୍ତି ଏବଂ ଏ ସଂକ୍ରାନ୍ତରେ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ପରିବେଶ ବିଭାଗର ଯୁଗ୍ମ ସଚିବ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ସୁପ୍ରିମକୋର୍ଟରେ ଉପସ୍ଥିତ ରହିବାରୁ ବୈଠକକୁ ଆସିନଥିବା କୁହାଯାଇଛି।
ଦିଲ୍ଲୀରେ ବାୟୁ ପ୍ରଦୁଷଣ, ସଂସଦୀୟ ଷ୍ଟାଣ୍ଡିଂ କମିଟି ବୈଠକ ବାତିଲ
ଆସିଲେନି ସାଂସଦ, ଅଧିକାରୀ
/sambad/media/post_attachments/wp-content/uploads/2017/11/parlament.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)