ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣ ସମସ୍ୟା ଏବେ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସୁପ୍ରିମ୍ କୋର୍ଟ ଘନଘନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତାଗିଦ୍ କରାଉଥିଲେ ମଧ୍ୟ ଦିଲ୍ଲୀବାସୀ ପ୍ରଦୂଷଣରୁ ମୁକ୍ତି ପାଉ ନାହାନ୍ତି। ଗତ ସପ୍ତାହକ ମଧ୍ୟରେ ଦିଲ୍ଲୀର ପ୍ରଦୂଷଣ ଏତେ ମାତ୍ରାରେ ବିଷାକ୍ତ ହୋଇଛି ଯେ, ଏହି ବାୟୁକୁ ପ୍ରଶ୍ବାସରେ ଗ୍ରହଣ କରିବା ଅର୍ଥ ଜଣେ ଶିଶୁକୁ ଦିନକୁ ୧୦ ସିଗାରେଟ୍ ଟାଣିବା ସହ ସମାନ ହୋଇଛି। ସେହିଭଳି ଜଣେ ବୟସ୍କ ବ୍ୟକ୍ତିଙ୍କ ପାଇଁ ୩୪୦ ସିଗାରେଟ୍ ଟାଣିବା ସହ ସମାନ ହୋଇଛି ବୋଲି ଡାଟା ଇଣ୍ଟେଲିଜେନ୍ସ ୟୁନିଟ୍ (ଡିଆଇୟୁ) ପ୍ରକାଶ କରିଛି। ଦିଲ୍ଲୀର ବାୟୁମଣ୍ଡଳରେ ପିଏମ୍୨.୫ କଣିକା ସ୍ତର ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି ଯାହା ଫୁସ୍ଫୁସ୍ ପାଇଁ ହାନିକାରକ ବୋଲି ଡିଆଇୟୁ କହିଛି। ବିଶେଷଜ୍ଞ ରିଚାର୍ଡ ମୁଲର ଏବଂ ଏଲିଜାବେଥ୍ ମୁଲରଙ୍କ ଆକଳନ ଅନୁସାରେ, ଗୋଟିଏ ଘନମିଟର ପିଏମ୍ ୨.୫ କଣିକାଯୁକ୍ତ ୨୨ ମାଇକ୍ରୋଗ୍ରାମ ବାୟୁ ପ୍ରଶ୍ବାସରେ ନେବା ଅର୍ଥ ଗୋଟିଏ ସିଗାରେଟ୍ ଟାଣିବା ସହ ସମାନ।
ଦିଲ୍ଲୀ ପ୍ରଦୂଷଣ ନେଇ ସୁପ୍ରିମ୍ କୋର୍ଟ ଭୀଷଣ ବିରକ୍ତ, ପ୍ରଶ୍ବାସରେ ୧୦ ସିଗାରେଟ୍ ଟାଣିବାକୁ ଦିଲ୍ଲୀ ଶିଶୁ ବାଧ୍ୟ
/sambad/media/post_attachments/wp-content/uploads/2019/11/supreme-court-newsclick-1.jpg)