ନୂଆଦିଲ୍ଲୀ : ଦିଲ୍ଲୀର ପ୍ରଦୂଷଣ ମାତ୍ରା ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଥିବାରୁ ଆଜି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି. କେ. ମିଶ୍ର ଏବଂ କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବା ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଆଜି ଦିଲ୍ଲୀର ଅଧିକାଂଶ ସ୍ଥାନରେ ବାୟୁର ଗୁଣବତ୍ତା ସୂଚୀ (ଏକ୍ୟୁଆଇ) ୬୦୦ ଅତିକ୍ରମ କରିଥିବା ସହ ‘ସିଭିୟର ପ୍ଲସ୍’ ସ୍ତରକୁ ଚାଲିଯାଇଛି। ଦିଲ୍ଲୀ ପ୍ରଦୂଷଣକୁ ନିୟନ୍ତ୍ରଣ ପାଇଁ ଜରୁରୀ ବୈଠକରେ ଆଲୋଚନା ହୋଇଛି। ଏହି ବୈଠକରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ପଞ୍ଜାବ ଏବଂ ହରିୟାଣା ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଅଧିକାରୀମାନଙ୍କ ସହ ଆଲୋଚନା କରଯାଇଥିଲା। ଦିଲ୍ଲୀରେ ସ୍ବାସ୍ଥ୍ୟ ସଂକ୍ରାନ୍ତ ଜରୁରୀକାଳୀନ ପରିସ୍ଥିତି ଜାରି କରାଯିବା ସହ ନାଗରିକଙ୍କ ପାଇଁ କେତେକ ନୂଆ ସୁରକ୍ଷା ନିର୍ଦ୍ଦେଶାବଳୀ ମଧ୍ୟ ଜାରି ହୋଇଛି। ଆସନ୍ତା ମଙ୍ଗଳବାର ଯାଏ ଦିଲ୍ଲୀର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ଘନ କୁହୁଡ଼ି କାରଣରୁ ୩୨ ବିମାନର ଗତିପଥ ବଦଳାଇ ଦିଆଯାଇଛି।
‘ସିଭିୟର ପ୍ଲସ୍’ ଶ୍ରେଣୀରେ ଦିଲ୍ଲୀର ବାୟୁ, କେନ୍ଦ୍ର ସରକାର ଡାକିଲେ ଉଚ୍ଚସ୍ତରୀୟ ବୈଠକ
/sambad/media/post_attachments/wp-content/uploads/2019/11/delhi-poluction-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)