ନୂଆଦିଲ୍ଲୀ: ଚାରିଆଡ଼େ ଧୂଆଁଧୂଆଁ । ସବୁଠି ଘନ କୁହୁଡ଼ି । ଦୃଶ୍ୟମାନ ଦୂରତା ମଧ୍ୟ ଯଥେଷ୍ଟ ହ୍ରାସ । ଡାକେ ବାଟ ବି ଦେଖା ଯାଉନି । ଉତ୍କଟ ବାୟୁ ପ୍ରଦୂଷଣ ଓ ଘନ କୁହୁଡ଼ି ପାଇଁ ରୁନ୍ଧି ହୋଇଗଲାଣି ରାଜଧାନୀ ଦିଲ୍ଲୀ । ପ୍ରଦୂଷଣ ହ୍ରାସ ପାଇଁ ନିଆଯାଉଛି ବ୍ୟାପକ ପଦକ୍ଷେପ, ଗାଡ଼ି ଚଳାଚଳ ଓ ନିର୍ମାଣ କାମ ଉପରେ କଟକଣା ବି ଲାଗିଛି । ତଥାପି ସୁଧୁରୁନି ସ୍ଥିତି ।
ଆହୁରି ପଢନ୍ତୁ- Super Food: ୫୦ ବର୍ଷ ପରେ ବି ମହିଳାମାନେ ହେବେନି ବାର୍ଦ୍ଧକ୍ୟର ଶିକାର, କିଛି ସୁପରଫୁଡ ବିଷୟରେ ଜାଣନ୍ତୁ
ବେହାଲ ଦିଲ୍ଲୀ
ଘନ କୁହୁଡ଼ି ଓ ଉତ୍କଟ ବାୟୁ ପ୍ରଦୂଷଣରେ ରୁନ୍ଧି ହୋଇଗଲାଣି ଦେଶର ରାଜଧାନୀ ଦିଲ୍ଲୀ । ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା ମଧ୍ୟ ହ୍ରାସ ପାଇଛି । ଅତି ଖରାପ ରହିଛି ବାୟୁ ଗୁଣବତ୍ତା । ଆଜି ସକାଳ ୭ଟା ସୁଦ୍ଧା ଦିଲ୍ଲୀରେ ସାମଗ୍ରିକ ବାୟୁ ଗୁଣବତ୍ତା ସୂଚକାଙ୍କ -ଏକ୍ୟୁଆଇ ୪୧୪ ଥିଲା । କେତେକ ସ୍ଥାନରେ ଏହା ଯଥେଷ୍ଟ ଅଧିକ ରହିଥିଲା । ଆନନ୍ଦ ବିହାରରେ ୪୬୬, ମୁନ୍ଦକାରେ ୪୫୧, ଅଶୋକ ବିହାରରେ ୪୪୪ ଏବଂ ଆଇଟିଓ ଅଞ୍ଚଳରେ ଏକ୍ୟୁଆଇ ଥିଲା ୪୩୬ । ଇଣ୍ଡିଆ ଗେଟ୍, କର୍ତ୍ତବ୍ୟ ପଥ ଓ ରାଷ୍ଟ୍ରପତି ଭବନ ଅଞ୍ଚଳରେ ଘନ କୁହୁଡ଼ି ସାଙ୍ଗକୁ ୪ ଶହ ଉପରେ ଏକ୍ୟୁଆଇ ରେକର୍ଡ କରାଯାଇଛି ।
ଆହୁରି ପଢନ୍ତୁ- Pikashow App: ଏହି ଆପ୍ପରେ ସିନେମା ଦେଖିବା ପଡିବ ମହଙ୍ଗା , ଆପଣଙ୍କ ସବୁ ଡାଟା ହୋଇପାରେ ଲିକ
ଦିଲ୍ଲୀ ଏନସିଆର ଅଞ୍ଚଳରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି । ନୋଏଡ଼ାରେ ଏକ୍ୟୁଆଇ ୪୨୬ ଓ ଗାଜିଆବାଦରେ ଏକ୍ୟୁଆଇ ଆଜି ସକାଳେ ଏକ୍ୟୁଆଇ ଥିଲା ୪୧୫ । ପ୍ରଦୂଷଣ ହ୍ରାସ ପାଇଁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ- ଗ୍ରାପ୍- ୪ ଲାଗୁ କରାଯିବା ସହିତ ବିଭିନ୍ନ ସ୍ଥାନରେ ପାଣି ସିଞ୍ଚନ କରାଯାଉଛି । କୁହୁଡ଼ି ଓ ଖରାପ ପାଗ ଯୋଗୁ ବିମାନ ଓ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଗତକାଲି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୪ଟି ବିମାନ ବାତିଲ ହୋଇଥିବା ବେଳେ ୫ ଶହରୁ ଅଧିକ ବିମାନ ଚଳାଚଳ ବିଳମ୍ବ ହୋଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/12/23/delhi-air-pollution-2025-12-23-20-49-59.jpg)