ନୂଆଦିଲ୍ଲୀ: ଦିନକୁ ଦିନ ଦିଲ୍ଲୀର ବାୟୁ ଅବସ୍ଥା ବିଗିଡ଼ିବାରେ ଲାଗିଛି। ଜାତୀୟ ରାଜଧାନୀକୁ ଘେରି ରହିଥିବା ଧୂଆଁ। ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ)୪୩୨ ର ଗୁରୁତର ସ୍ତରକୁ ବୃଦ୍ଧି ହେବା ପରେ ଏବେ ଦିଲ୍ଳୀବାସୀଙ୍କ ଚିନ୍ତା ବଢ଼ିଛି। ତେବେ ଗତକାଲିଠାରୁ ଅବଶ୍ୟ ସାମାନ୍ୟ କମ୍ ରହିଛି। ଗତକାଲି ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ)୪୫୨ ରହିଥିଲା।
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦରରେ ସକାଳ ୬.୩୦ ସୁଦ୍ଧା ଦୃଶ୍ୟମାନ୍ୟତା ୫୦୦ ମିଟର୍କୁ ଖସିଛି। ଦୃଶ୍ୟମାନତା ହ୍ରାସ ଘଟିବା ହେତୁ ଲ୍ଲୀ ଏବଂ ବିମାନ ଉଡ଼ାଣ ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି।
ପରିସ୍ଥିତିକୁ ପରିଚାଳନା କରିବା ପାଇଁ ଦିଲ୍ଳୀରୁ ଉଡ଼ାଣ ଭରିବାକୁ ଥିବା ବିମାନଗୁଡ଼ିକରେ ସମ୍ଭାବ୍ୟ ବିଳମ୍ବ କିମ୍ବା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ରାଜଧାନୀ ଅଞ୍ଚଳର ଅଧିକାଂଶ ସ୍ଥାନରେ ଦିଲ୍ଲୀର ଏକ୍ବିଆଇ ୪୫୦ରୁ ଅଧିକ ରେକର୍ଡ ହୋଇଛି।
ରୋହିଣୀ, ବିବେକ ବିହାର, ଅଶୋକ ବିହାର, ବୱନା, ଦ୍ବାରକା, ଜାହାଙ୍ଗିରପୁର, ମୁଣ୍ଡକା, ଲଜପତ ନଗର, ନଜଫାଗଡ଼, ପଞ୍ଜାବୀ ବାଗ୍, ଆରକେ ପୁରମ୍, ବିବେକ ବିହାର, ୱାଜିରପୁର ଆଦି ଅଞ୍ଚଳରେ ବାୟୁ ଅବସ୍ଥା ଅତି ଖରାପ ବର୍ଗରେ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/11/14/3UekxAfRDOP0L0jOjl6A.jpg)