ଧୁଆଁ କବଳରେ ଦିଲ୍ଲୀ: କେଜ୍ରିଓ୍ଵାଲ ଦେଲେ ସଙ୍କେତ, କିଛିଦିନ ପାଇଁ ବନ୍ଦ ରହିବ ସ୍କୁଲ 

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରର ପରିବେଶରେ ଏକ ଧୁଆଁର ଚାଦର ଘୋଡାଇ ହୋଇଯାଇଛି ଭଳି ଦୃଶ୍ୟମାନ ହେଉଛି। ଏହି କାରଣରୁ ରାସ୍ତାଘାଟରେ ଜାତାୟତରେ ଅସୁବିଧା ହେବା ସହିତ ଦୁର୍ଘଟଣା ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି। ଆଗାମାୀ ତିନିରୁ ପାଞ୍ଚଦିନ ପର୍ଯ୍ୟନ୍ତ ଏଭଳି ବାତାବରଣ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏହି ମାମଲାରେ ସ୍କୁଲ ବନ୍ଦ କରିବାର ସଙ୍କେତ ଦେଇଛନ୍ତି।

କେଜ୍ରିଓ୍ଵାଲ ଟୁଇଟ କରି କହିଛନ୍ତି. ଦିଲ୍ଲୀ ଗ୍ୟାସ ଚେମ୍ବର ପାଲଟି ଯାଇଛି। ଏହି ସମୟରେ ପ୍ରତିବର୍ଷ ଦିଲ୍ଲୀ ପ୍ରଦୂଷଣର ସମସ୍ୟା ଘେରରେ ରହିଥାଏ।

ଇଣ୍ଡିୟାନ୍‌ ମେଡିକାଲ ଅସୋସିଏସନ୍‌ ଧୁଆଁକୁ ନେଇ ଜରୁରୀକାଳୀନ ଘୋଷଣା କରିଛନ୍ତି। ଇଣ୍ଡିୟାନ୍‌ ମେଡିକାଲ ଆସୋସିଏସନ୍‌ର ଅଧ୍ୟକ୍ଷ ଡକ୍ଟର କେକେ ଅଗ୍ରଓ୍ଵାଲଙ୍କ କହିବାନୁସାରେ, ଧୁଆଁକୁ ଦେଖି ଦିଲ୍ଲୀ-ଏନ୍‌ସିଆରର ସମସ୍ତ ସ୍କୁଲକୁ ତତ୍କାଳ ବନ୍ଦ କରି ଜରୁରୀ।

ଡାକ୍ତରମାନେ ଧୁଆଁକୁ ଦେଖି ବିଶେଷ ସାବଧାନତା ଅବଲମ୍ବନ କରିବା ଚେତାବନୀ ଦେଇଛନ୍ତି। ଡାକ୍ତରଙ୍କ କହିବାନୁସାରେ, ଦିଲ୍ଲୀ-ଏନ୍‌ସିଆରରେ ପ୍ରଦୂଷଣସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ ଘରୁ ବାହାରକୁ ଯେତେ ସମ୍ଭବ କମ୍‌ ବାହାରିବା ଆବଶ୍ୟକ ବୋଲି କହିଛନ୍ତି। ଯଦି ଘରୁ ବାହାରକୁ ବହାରୁଛନ୍ତି, ତେବେ ଖରା ପଡ଼ିଲା ପରେ ହିଁ ବହାରନ୍ତୁ, ନଥେଚ ଉନ୍ନତଧରଣର ମାକ୍ସ ଲଗାଇ ଯାଆନ୍ତୁ।

ଯଦି ଆପଣ କୌଣସି ରୋଗରେ ପୀଡିତ ହୋଇ ଔଷଧ ସେବନ କରୁଛନ୍ତି ତେବେ ତାହାକୁ ବନ୍ଦ କରନ୍ତୁ ନାହିଁ। ଏଭଳି ପରିସ୍ଥିତିରେ ଅଧିକ ବ୍ୟାୟାମ କରନ୍ତୁ ନାହିଁ। ଏଭଳି ପରିସ୍ଥିତରେ ଯୋଗ କିମ୍ବା ପ୍ରଣାୟମ କରିବା ଆପଣଙ୍କ ସ୍ୱାସ୍ଥ୍ୟପକ୍ଷେ ହିତକର ହେବ। ଯଦି ଆପଣ ପ୍ରତିଦିନ ଚାଲିବାକୁ ଯାଉଛନ୍ତି ତେବେ ୮ଟା ପରେ ହିଁ ଘରକୁ ବାହାରନ୍ତୁୂ। ଦୁଇ ଚକିଆ ଓ ଅଟୋରେ ଯେତେ କମ୍‌ ଯାତାୟାତ କରନ୍ତୁ।

Cyclist pedal through the morning smog a day after Diwali festival, in New Delhi, India, Friday, Oct. 20, 2017. Environmental pollution – from filthy air to contaminated water – is killing more people every year than all war and violence in the world. One out of every six premature deaths in the world in 2015 – about 9 million – could be attributed to disease from toxic exposure, according to a major study released Thursday, Oct. 19, 2017 in The Lancet medical journal. (AP Photo/Manish Swarup)

ସମ୍ବନ୍ଧିତ ଖବର