ନୂଆଦିଲ୍ଲୀ: ଦିଲ୍ଲୀ ବିମାନ ବନ୍ଦରରେ ଅବହେଳାର ଏକ ବଡ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ଦିଲ୍ଲୀ ବିମାନ ବନ୍ଦରରେ ଗୋଟିଏ ଇଣ୍ଡିଗୋ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବିମାନ ତଳକୁ ଏକ କାର୍ ଚାଲିଆସିଥିଲା ବୋଲି ଜଣାପଡ଼ିଛି। ବିମାନରେ ଯାତ୍ରୀ ବସି ସାରିଥିବା ବେଳେ ହଠାତ କାରଟି ବିମାନର ଆଗ ଚକା ଆଡ଼କୁ ମାଡ଼ି ଆସିଥିଲା। ତେବେ ଆଗ ଚକାରେ ମାଡ଼ ହେବା ପୂର୍ବରୁ କାର୍ ଚାଳକ କାରକୁ ରୋକି ଦେଇଥିଲେ। ଏହି କାରଣରୁ ଏକ ବଡ଼ ଦୁର୍ଘଟଣାକୁ ରୋକାଯାଇପାରିଲା।
କୁହାଯାଉଛି ଯେ ଏହି କାର ଗୋ ଫାଷ୍ଟ ଏୟାରଲାଇନ୍ସର ଥିଲା। ବିମାନବନ୍ଦରର ଟି୨ ଟର୍ମିନାଲର ଷ୍ଟାଣ୍ଡ ନମ୍ବର ୨୦୧ରେ ଏହି ଦୁର୍ଘଟଣା ଘଟିଥିଲା। ଗୋ ଫାଷ୍ଟ ବିମାନର କାର ଇଣ୍ଡିଗୋର ଏ୩୨୦ନିଓ ବିମାନ ତଳକୁ ଆସିଯାଇଥିଲା। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଡିଜିସିଏ ଏହି ଘଟଣାର ତଦନ୍ତ କରିବ ବୋଲି ଜଣାାପଡ଼ିଛି।
#WATCH | A Go Ground Maruti vehicle stopped under the nose area of the Indigo aircraft VT-ITJ that was parked at Terminal T-2 IGI airport, Delhi. It was an Indigo flight 6E-2022 (Delhi–Patna) pic.twitter.com/dxhFWwb5MK
— ANI (@ANI) August 2, 2022
ତେବେ ଦିନ ସମୟରେ ଏଭଳି କାରକୁ ବିମାନ ଆଡକୁ ନେଇଆସିଥିବାରୁ କାର୍ ଚାଳକ ନିଶାଗ୍ରସ୍ତ ଥିଲେ କି ନାହିଁ ତାହା ଜାଣିବା ପାଇଁ ତାଙ୍କର ବ୍ରେଥ୍ ଆନାଲାଇଜର ପରୀକ୍ଷା କରାଯାଇଥିଲା। ହେଲେ ପରୀକ୍ଷା ଫଳ ନେଗେଟିଭ ଆସିଥିଲା। କୁହାଯାଉଛି ଯେ, ଇଣ୍ଡିଗୋ ବିମାନ ମଙ୍ଗଳବାର ସକାଳେ ପାଟନାକୁ ଉଡ଼ାଣ କରିବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା।