ଦିଲ୍ଲୀରେ ଗଡ଼ିବ ବସ-କାର, ଖୋଲା ରହିବ ମାର୍କେଟ: ଜାଣନ୍ତୁ କେଉଁ ସେବାକୁ ଅନୁମତି ଦେଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ଖୋଲିବାର ସମୟ ଆସିଛି ବୋଲି କହିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଲକଡାଉନ ୪.୦ ପାଇଁ ପ୍ରସ୍ତୁତ କରିଥିବା ନିୟମାବଳୀ ବିଷୟରେ ଘୋଷଣା କରିଛନ୍ତି | ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦିନ କୋଭିଡ -୧୯ ବିସ୍ତାରର ମୁକାବିଲା ପାଇଁ ଲକଡାଉନର ଚତୁର୍ଥ ପର୍ଯ୍ୟାୟରେ ନିୟମକୁ କୋହଳ କରିବା ସହ ଅର୍ଥନୀତିକୁ ପୁନଃ ଆରମ୍ଭ କରିବାକୁ ବିଭିନ୍ନ ପଦକ୍ଷେପ ଘୋଷଣା କରିଛନ୍ତି।

“ଆମକୁ ଧୀରେ ଧୀରେ ଆମର ଅର୍ଥନୀତିକୁ ବଢାଇବାକୁ ପଡିବ। ସମସ୍ତ ଶିଳ୍ପକୁ ଦିଲ୍ଲୀରେ ଖୋଲିବାକୁ ଅନୁମତି ଦିଆଯିବ | ନିର୍ମାଣ କାର୍ଯ୍ୟ ପୁନଃ ଆରମ୍ଭ ହେବ, କିନ୍ତୁ କେବଳ ସ୍ଥାନୀୟ ଶ୍ରମିକଙ୍କୁ ଅନୁମତି ଦିଆଯିବ | ଦିଲ୍ଲୀର ସୀମା ଅତିକ୍ରମ କରୁଥିବା ଶ୍ରମିକମାନଙ୍କୁ ଅନୁମତି ଦିଆଯିବ ନାହିଁ ବୋଲି ସେ ଏକ ଭିଡିଓ କନଫରେନ୍ସରେ କହିଛନ୍ତି। ଦିଲ୍ଲୀରେ କେଉଁ ସେବାକୁ ଅନୁମତି ଦିଆଯିବା ଏବଂ କେଉଁ ସେବା ବନ୍ଦ ରହିବ ସେ ବିଷୟରେ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ |

କେଉଁ ସେବାକୁ ଅନୁମତି ଦିଆଯାଇଛି ?
୧. ବସ୍ ଚଲାଇବାକୁ ଅନୁମତି ଦିଆଯାଇଛି କିନ୍ତୁ ଗୋଟିଏ ଥରରେ ମାତ୍ର ୨୦ଜଣ ଯାତ୍ରୀ ଯାଇପାରିବେ| ବସ୍‌ରେ ଯିବା ପୂର୍ବରୁ ଯାତ୍ରୀମାନଙ୍କୁ ସ୍କ୍ରିନିଂ କରାଯିବ। ସମସ୍ତ ବସଷ୍ଟାଣ୍ଡରେ ଏବଂ ବସ୍ ଭିତରେ ସାମାଜିକ ଦୂରତା ନିୟମ ପାଳନ କରାଯାଉଛି କି ନାହିଁ, ପରିବହନ ବିଭାଗ ତାହା ନିଶ୍ଚିତ କରିବ |

୨. ନିର୍ମାଣ କାର୍ଯ୍ୟକଳାପ ଅନୁମତିପ୍ରାପ୍ତ, କିନ୍ତୁ କେବଳ ଦିଲ୍ଲୀରେ ଥିବା ଶ୍ରମିକମାନଙ୍କ ସହିତ |

୩. ଘରୋଇ କାର୍ଯ୍ୟାଳୟଗୁଡ଼ିକ ପୂର୍ଣ୍ଣ ଶକ୍ତିରେ ଖୋଲିପାରେ, କିନ୍ତୁ ଅଧିକାଂଶ କର୍ମଚାରୀ ଯେମିତି ଘରୁ କାମ କରିବେ, ସେ ନେଇ ସେମାନେ ଚେଷ୍ଟା କରିବା ଉଚିତ |

୪.ଅଡ଼-ଇଭେନ ଭିତ୍ତିରେ ମାର୍କେଟ ଖୋଲିବା |

୫.ଦର୍ଶକଙ୍କ ବିନା କ୍ରୀଡା କମ୍ପ୍ଲେକ୍ସ ଏବଂ ଷ୍ଟାଡିୟମ ଖୋଲିବାକୁ ଅନୁମତି ଦିଆଯିବା |

hindustantimes

କେଉଁ ସେବା ବନ୍ଦ ରହିବ?

୧. ସ୍ପା ଏବଂ ସେଲୁନ୍ ବନ୍ଦ ରହିବ |

୨. ଅତ୍ୟାବଶ୍ୟକ ସେବା ବ୍ୟତୀତ ସନ୍ଧ୍ୟା ୭ରୁ ସକାଳ ୭ ଟା ମଧ୍ୟରେ ଘରୁ ବାହାରକୁ ଯିବା ନିଷେଧ |

୩.ଟ୍ୟାକ୍ସି ଏବଂ କ୍ୟାବକୁ ଅନୁମତି ଦିଆଯିବ କିନ୍ତୁ ଏକ ସମୟରେ କେବଳ ୨ଜଣ ଯାତ୍ରୀ ଯାଇପାରିବେ |

ସମ୍ବନ୍ଧିତ ଖବର