ଏପ୍ରିଲ ୪ ଯାଏଁ କାମରେ ଯୋଗ ଦେବେନି ସୁପ୍ରିମକୋର୍ଟ ଆଇନଜୀବୀ, ୪ଯାଏଁ ବନ୍ଦ ରହିବ ଦିଲ୍ଲୀ ହାଇକୋର୍ଟ ଓ ଜିଲ୍ଲା କୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କାମ କରୁଥିବା ଆଇନଜୀବୀ ଏବଂ ଓକିଲମାନେ ଆସନ୍ତା ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ କାମ କରିବେନି। ଓକିଲ ସଂଘ ପକ୍ଷରୁ ଏହା ଘୋଷଣା କରାଯାଇଛି। ଦିଲ୍ଲୀ ଲକ୍‌ଡାଉନ୍‌ ଏବଂ କରୋନା ବିଶ୍ବମହାମାରୀ ପାଇଁ ଓକିଲ ସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ବାର୍‌, ଅଫିସ ଷ୍ଟାଫ୍‌ ଏବଂ ସୁପ୍ରିମକୋର୍ଟ ରେଜିଷ୍ଟ୍ରିର ସଦସ୍ୟମାନେ ମଧ୍ୟ ୪ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେବେନି। ସେହିଭଳି ଦିଲ୍ଲୀ ହାଇକୋର୍ଟ ଆସନ୍ତା ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ସମସ୍ତ କୋର୍ଟ କାର୍ଯ୍ୟ ବାତିଲ ରଖିଛନ୍ତି। ଏହାବାଦ୍‌ ଜାତୀୟ ରାଜଧାନୀରେ ଥିବା ଅନ୍ୟ ଜିଲ୍ଲା କୋର୍ଟ ଗୁଡ଼ିକ ବି କାର୍ଯ୍ୟ ବନ୍ଦ ରଖିଛନ୍ତି।

ସମ୍ବନ୍ଧିତ ଖବର