ନୂଆଦିଲ୍ଲୀ: ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ଥିବା ଏକ ଜଣାଶୁଣା ଆଶ୍ରମର ନିର୍ଦ୍ଦେଶକ ଏକ ଡଜନରୁ ଅଧିକ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟର ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥସାରଥିଙ୍କ ବିରୋଧରେ ଆର୍ଥିକ ଦୁର୍ବଳ ବର୍ଗରେ ଛାତ୍ରବୃତ୍ତି ସହିତ ସ୍ନାତକୋତ୍ତର ମ୍ୟାନେଜମେଣ୍ଟ ଡିପ୍ଲୋମା ପାଠ୍ୟକ୍ରମ କରୁଥିବା ଛାତ୍ରମାନଙ୍କୁ ହଇରାଣ କରିବା ଅଭିଯୋଗରେ ପୁଲିସ୍ ମାମଲା ରୁଜୁ କରିଛି। ଯେତେଯେତେ ତଦନ୍ତ ଆଗକୁ ବଢ଼ୁଛି, ସେତେସେତେ ବାବାଙ୍କୁ ନେଇ ଅନେକ ବିବାଦୀୟ ତଥ୍ୟ ସାମ୍ନାକୁ ଆସିଛି।

Advertisment

ଏବେ ଜଣେ ଯୁବତୀ କରିଥିବା ଅଭିଯୋଗ ହାଇଚଇ ସୃଷ୍ଟି କରିଛି। ଆରମ୍ଭରୁ ହିଁ ବାବା କିଭଳି ତାଙ୍କ ଉପରେ ଅଶାଳୀନ ଦୃଷ୍ଟି ପକାଇଥିଲେ, ତାହା ସେ ଜଣାଇଛନ୍ତି। ଯୁବତୀଜଣକ ଅଭିଯୋଗ କରିଛନ୍ତି ଯେ, ବାବା ପାର୍ଥସାରଥିଙ୍କୁ ସେ ଗତବର୍ଷ ପ୍ରଥମ କରି ଭେଟିଥିଲେ। ଚୈତନ୍ୟାନନ୍ଦ ପ୍ରଥମ ସାକ୍ଷାତ ସମୟରେ ତାଙ୍କୁ ଅଦ୍ଭୁତ ଭାବରେ ଦେଖିଥିଲେ। ଆଘାତ ପାଇବା ପରେ ଯୁବତୀଜଣକ ଚିକିତ୍ସା କରାଇଥିବା ବେଳେ ଡାକ୍ତରୀ ରିପୋର୍ଟ ସେୟାର କରିବାକୁ ସେ ବାବାଙ୍କୁ ମେସେଜ୍ କରିଥିଲେ, ଯାହାର ଜବାବ ଅଭିଯୁକ୍ତ ମଧ୍ୟରାତ୍ରରେ ଦେଇଥିଲେ।

"ବେବି, ମୁଁ ତୁମକୁ ବହୁତ ଭଲ ପାଏ। ମୁଁ ତୁମକୁ ବହୁତ ପସନ୍ଦ କରେ। ତୁମେ ଆଜି ସୁନ୍ଦର ଦେଖାଯାଉଛ।" ବୋଲି ବାବା ତାଙ୍କୁ ମେସେଜ୍ କରିଥିବା ଯୁବତୀଜଣକ ଅଭିଯୋଗ କରିଥିଲେ। ସେ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ, "ବାବା ମୋ କେଶକୁ ମଧ୍ୟ ପ୍ରଶଂସା କରିଥିଲେ। ଯେତେବେଳେ ଏହାର ଅଭିଯୋଗ ମୁଁ ସହଯୋଗୀ ଡିନ୍‌ଙ୍କୁ କରିଥିଲି,  ସହଯୋଗୀ ଡିନ୍‌ କହିଥିଲେ ଯେ, ତୁମେ ତାଙ୍କ ମେସେଜର ଜବାବ କାହିଁକି ଦେଲନାହିଁ। ସେ ଯାହା କଥା ହେବାକୁ ଚାହୁଛନ୍ତି ତୁମେ କଥା ହୁଅ। ପରେ ମୁଁ ଜାଣିବାକୁ ପାଇଲି ଯେ, ଅନ୍ୟ ଯୁବତୀଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି।" 

Swami Chaitanyananda Saraswati