ଅମ୍ଳଜାନ ଆବଶ୍ୟକତା କମ ହେବା ପରେ ଅତିରକ୍ତ ଅମ୍ଳଜାନ ଅନ୍ୟ ରାଜ୍ୟକୁ ଦେବା ପାଇଁ କେନ୍ଦ୍ରକୁ କହିଲା ଦିଲ୍ଲୀ

ନୂଆଦିଲ୍ଲୀ: ଶକ୍ତ କଟକଣା ପରେ ଏବେ ଦିଲ୍ଲୀରେ ସଂକ୍ରମଣ ହାର କମୁଛି | ପୂର୍ବରୁ ୨୦ହଜାର ଉପରେ ସଂକ୍ରମଣ ରହୁଥିବା ବେଳେ ଏବେ ଏହା ୧୦ହଜାରକୁ ଖସିଛି | ଏହା ସହ ଦିଲ୍ଲୀରେ ଅମ୍ଳଜାନର ଆବଶ୍ୟକତା ମଧ୍ୟ କମ ହୋଇଛି | ପୂର୍ବରୁ ଦିଲ୍ଲୀରେ ୭୦୦ମେଟ୍ରିକ ଟନ ଅମ୍ଳଜାନ ଆବଶ୍ୟକ ପଡୁଥିବା ବେଳେ ଏବେ ଏହା ୫୮୨ମେଟ୍ରିକ ଟନକୁ ଖସିଛି | ତେବେ ଅମ୍ଳଜାନର ଆବଶ୍ୟକତା କମ ହେବା ପରେ ଏବେ ୫୮୨ମେଟ୍ରିକ ଟନ ଅମ୍ଳଜାନ ଦିଲ୍ଲୀକୁ ଦେଇ ବାକି ଅମ୍ଳଜାନ ଅନ୍ୟ ରାଜ୍ୟକୁ ଦେବା ପାଇଁ କହିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ |

ଆଜି ଭରଚୁଆଲ ପ୍ରେସ କନଫରେନ୍ସରେ ଏହି ସୂଚନା ଦେଇଛନ୍ତି ମନୀଷ ସିସୋଦିଆ | ସେ କହିଛନ୍ତି ଯେ, ଆଜି କରୋନା ପରିସ୍ଥିତିର ମୂଲ୍ୟାଙ୍କନ ପରେ ଜଣାପଡିଛି ଯେ ଦିଲ୍ଲୀର ଅମ୍ଳଜାନ ଆବଶ୍ୟକତା ଏବେ ୫୮୨ ଏମଟି ଅଟେ | ଜଣେ ଦାୟିତ୍ୱବାନ ସରକାର ଭାବରେ, ଆମେ ଆବଶ୍ୟକ କରୁଥିବା ରାଜ୍ୟମାନଙ୍କୁ ଅତିରିକ୍ତ ଅମ୍ଳଜାନ ଦେବୁ | ଏହା ସହ ଦିଲ୍ଲୀବାସୀଙ୍କୁ ଅସହାୟ ସମୟରେ ସାହାଯ୍ୟ କରି ଅମ୍ଳଜାନର ଆବଶ୍ୟକତା ପୂରଣ କରିଥିବାରୁ ଦିଲ୍ଲୀ ହାଇକୋର୍ଟ ଏବଂ କେନ୍ଦ୍ର ସରକାରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି |

ସମ୍ବନ୍ଧିତ ଖବର