ନୂଆଦିଲ୍ଲୀ: ଭାଙ୍ଗିଲା ଦିଲ୍ଲୀ ବିଧାନସଭା । ମୁଖ୍ୟମନ୍ତ୍ରୀ ପଦରୁ ଆତିଶୀଙ୍କ ଇସ୍ତଫା ପରେ ଭାଙ୍ଗିଲା ଦିଲ୍ଲୀ ବିଧାନସଭା । ଏନେଇ ବିଜ୍ଞପ୍ତି ଜାରି କଲେ ଉପ-ରାଜ୍ୟପାଳ । ତେବେ ଆଜି ପୂର୍ବାହ୍ନରେ ରାଜଭବନରେ ପହଞ୍ଚି ଉପରାଜ୍ୟପାଳଙ୍କୁ ଇସ୍ତଫା ଦେଇଛନ୍ତି ଆତିଶୀ ମାର୍ଲେନା । ଦିଲ୍ଲୀରେ ଆପ ପରାଜୟ ପରେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।
ତେବେ ଶନିବାର ଆସିଥିବା ନିର୍ବାଚନ ଫଳାଫଳରେ ବିଜେପିକୁ ୪୮ ଏବଂ ଆମ୍ ଆଦମି ପାର୍ଟିକୁ ୨୨ଟି ଆସନ ମିଳିଛି । ନିଜେ ଆତିଶୀ କାଲକାଜୀ ବିଧାନସଭା ଆସନରୁ ବିଜୟ ଲାଭ କରିଥିବା ବେଳେ ତାଙ୍କ ଦଳ କିନ୍ତୁ କ୍ଷମତାରୁ ଦୂରେଇ ରହିଛି । ତୃତୀୟ ଥର ପାଇଁ ଦିଲ୍ଲୀରେ ସରକାର ଗଢିବାକୁ ସ୍ବପ୍ନ ଦେଖୁଥିବା ଆପ୍ ଏଥର ହାରିଯାଇଛି ଏବଂ ବିରୋଧୀ ଦଳର ଭୂମିକା ନିଭାଇବାକୁ ଯୋଗ୍ୟତା ଅର୍ଜନ କରିଛି ।