ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳ ଆଜି

ନୂଆଦିଲ୍ଲୀ : ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଗତ ୮ ତାରିଖରେ ଅନୁଷ୍ଠିତ ଭୋଟର ଫଳାଫଳ କାଲି ମଙ୍ଗଳବାର ପ୍ରକାଶ ପାଇବ। ଭୋଟ ଗଣତି ସକାଳ ୮ଟାରେ ଆରମ୍ଭ ହେବ। ୨୭ଟି କେନ୍ଦ୍ରରେ ‌ଭୋଟ ଗଣତି ପାଇଁ ବ୍ୟବସ୍ଥା ହୋଇଛି। ସକାଳ ୯ଟା ସୁଦ୍ଧା କେଉଁ ଆସନରେ କିଏ ଆଗେଇଛି ତାହାର ଚିତ୍ର ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ୨୦୧୫ରେ ଅନୁଷ୍ଠିତ ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ଦଳକୁ ୬୭ଟି ଆସନ ମିଳିଥିବା ବେଳେ ବିଜେପିକୁ ୩ଟି ଆସନ ମିଳିଥିଲା। କଂଗ୍ରେସ ଖାତା ଖୋଲି ପାରି ନଥିଲା। ଗତ ୮ ତାରିଖର ନିର୍ବାଚନ ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ ଦିଲ୍ଲୀରେ ପୁଣି ଆପ୍ ସରକାର ଗଠନ ହେବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ହିଁ ଚିତ୍ର ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧିତ ଖବର