ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ହାର କମିଛି । ଦୈନିକ ସଂକ୍ରମଣ ସଂଖ୍ୟା ୧୦୦ ତଳକୁ ଆସିଛି । ଏହାରି ମଧ୍ୟରେ ରବିବାର ଦିନ ଦିଲ୍ଲୀ ସରକାର ଅନଲକ୍-୭ ର ଗାଇଡଲାଇନ ଜାରି କରିଛନ୍ତି । ନୂଆ ନିର୍ଦ୍ଦେଶନାମା ମୁତାବକ ସୋମବାର ଅର୍ଥାତ ଜୁଲାଇ ୧୨ ତାରିଖରୁ ଦିଲ୍ଲୀରେ ଏଜୁକେଶନ ଟ୍ରେନିଂ ଓ ମିଟିଂ ପାଇଁ ସ୍କୁଲ, ଅଡିଟୋରିୟମ ଆଦି ୫୦ ପ୍ରତିଶତ କ୍ଷମତା ସହ ଖୋଲିବ ।
ହେଲେ ସାଧାରଣ ଭାବେ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିନାହିଁ । କହିରଖୁ କି ଶନିବାର ଦିନ ରାଜଧାନୀ ଦିଲ୍ଲୀରେ ୭୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ କେବଳ ଜଣଙ୍କର ମୃତ୍ୟୁ ହୋଇଛି ।
ଏହି କ୍ରମରେ ରାଜ୍ୟରେ ସଂକ୍ରମଣ ହାର ୦.୦୯ ପ୍ରତିଶତକୁ ହ୍ରାସ ପାଇଛି । ସୂଚନା ଥାଉକି କରୋନାର ଦ୍ୱିତୀୟ ଲହରରେ ରାଜଧାନୀ ଦିଲ୍ଲୀ ପୁରା ବେହାଲ ହୋଇପଡିଥିଲା । ଏହାସହ ଏତେ ଛୋଟ ରାଜ୍ୟ ହୋଇ ବି କରୋନା ସଂକ୍ରମଣରେ ୨୦ ହଜାର ୦୧୨ ଜଣଙ୍କର ମୃତ୍ୟୁ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/download-53.jpg)