ନୂଆଦିଲ୍ଲୀ: ସହରରେ ଟ୍ରକ୍ ଓ ଭାରୀ ଯାନ ଚଳାଚଳ ଉପରେ ଲାଗିଲା ପ୍ରତିବନ୍ଧକ। ଓଡ଼ିଶାରେ ନୁହେଁ ବରଂ ଦିଲ୍ଲୀରେ ଏହି ନିୟମ ଲାଗୁ କରାଯାଇଛି। ବଢ଼ୁଥିବା ବାୟୁ ପ୍ରଦୂଷଣକୁୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ଦିିଲ୍ଲୀ ସରକାର। ଚଳିତ ବର୍ଷ ଅକ୍ଟୋବରରୁ ଫେବ୍ରୁଆରିି ୨୦୨୩ ପର୍ଯ୍ୟନ୍ତ ସହର ଭିତରକୁ ଟ୍ରକ୍ ଓ ଭାରୀ ଯାନ ପ୍ରବେଶ କରିପାରିବ ନାହିଁ। ଅକ୍ଟୋବର ୧ରୁ ଫେବ୍ରୁଆରିି ୨୮,୨୦୨୩ ପର୍ଯ୍ୟନ୍ତ ଏହି ନିୟମ ଲାଗୁ କରାଯିବ।
ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ଗତ କିଛି ବର୍ଷ ମଧ୍ୟରେ ଶୀତ ମାସରେ ବିପଜ୍ଜନକ ଭାବରେ ନିମ୍ନ ସ୍ତରକୁ ଖସି ଆସୁଛି। ପଡୋଶୀ ହରିୟାଣା ଏବଂ ପଞ୍ଜାବ ପର୍ଯ୍ୟନ୍ତ ଶିଳ୍ପରୁ ବାହରୁଥିବା ଧୂଆଁ, ଅଟୋମୋବାଇଲ୍ ନିର୍ଗମନ ଏବଂ ଫସଲ-ଅବଶିଷ୍ଟ ଜଳିବା କାରଣରୁ ଶୀତ ମାସରେ ପ୍ରଦୂଷକ ପାର୍ଟିକ୍ୟୁଲେଟ୍ ମ୍ୟାଟର୍ ୨.୫ର ସ୍ତର ବୃଦ୍ଧି ପାଉଛି। ଏକାଧିକ ଟ୍ରକ ଡିଜେଲ ଚାଳିତ ହୋଇଥିବାରୁ ଏହା ଅଧିକ ବାୟୁ ପ୍ରଦୂଷଣ କରୁୁଛି।
ପୂର୍ବରୁ ବାୟୁ ଗୁଣବତ୍ତା ହ୍ରାବ ପାଇବା ପରେ ହିଁ ଟ୍ରକ ଚଳାଚଳ ଉପରେ ରୋକ ଲଗାଯାଉଥିବା ବେଳେ ଏବେ ଦିଲ୍ଲୀ ସରକାର ଶୀତ ଦିନ ଆରମ୍ଭରୁ ହିଁ ଟ୍ରକ ଚଳାଚଳ ଉପରେ ରୋକ ଲଗାଇଛନ୍ତି।
ଦିଲ୍ଲୀରେ ବାୟୁ ପ୍ରଦୂଷଣ ଦିଲ୍ଲୀ ବାସିନ୍ଦାଙ୍କ ଜୀବନକାଳ ୧୦ ବର୍ଷ କମାଇ ଦେଉଛି। ଚିକାଗୋ ବିଶ୍ବବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ୍ ଦ୍ବାରା ଜାରି ହୋଇଥିବା ଏକ୍ୟୁଏଲ୍ଆଇ ( ଏୟାର କ୍ବାଲିଟି ଲାଇଫ୍ ଇଣ୍ଡେକ୍ସ)ରୁ ଏହା ଜଣାପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/ସ-165.jpg)