ନୂଆଦିଲ୍ଲୀ: ବହୁତ କଷ୍ଟରେ ମିଳିଲା ଚାକିରି। ହେଲେ ପ୍ରଥମ ଦିନ ହିଁ ଇସ୍ତଫା ଦେଲେ ଯୁବକ। ଯଦି କେହି ପ୍ରଥମ ଦିନ ହିଁ ଚାକିରିରୁ ଇସ୍ତଫା ଦିଅନ୍ତି, ତେବେ ଏଭଳି କରିବା ପଛର କାରଣ କ’ଣ ଥିଲା ତାହା ସମସ୍ତେ ଜାଣିବାକୁ ଚାହିଁବେ। ଖବରଟି ବିଷୟରେ ଜାଣି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, ହେଲେ ଦିଲ୍ଲୀରେ ଜଣେ ଯୁବକ ଏଭଳି କାମ କରିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଖବରକୁ ନେଇ ଚର୍ଚ୍ଚା ଚାଲିଛି। ଯୁବକଙ୍କର ଏହି ନିଷ୍ପତ୍ତି ଅଧିକାଂଶ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ସୂଚନା ମୁତାବକ, ଦିଲ୍ଲୀରେ ରହୁଥିବା ଜଣେ ଯୁବକଙ୍କୁ ଗୁରୁଗ୍ରାମରେ ଚାକିରି ମିଳିଥିଲା। ବହୁତ ଚେଷ୍ଟା କରିବା ପରେ ତାଙ୍କୁ ଏହି ଚାକିରି ମିଳିଥିଲା। ହେଲେ ସେ ଅଫିସ ଯିବାର ପ୍ରଥମ ଦିନ ହିଁ ଇସ୍ତଫା ଦେଇଥିଲେ। ଘରଠାରୁ ଅଫିସର ଦୂରତା ଅଧିକ ଥିବାରୁ ଯୁବକଜଣକ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପ୍ରତିଦିନ ଦିଲ୍ଲୀ, ନୋଏଡା, ଗାଜିଆବାଦରୁ ଗୁରୁଗ୍ରାମରେ ଚାକିରି କରିବା ପାଇଁ ଲକ୍ଷ ଲକ୍ଷ ଲୋକ ଯାଆନ୍ତି। ଏଭଳି ସ୍ଥିତିରେ ଯୁବକଜଣକ ଚିନ୍ତା ନକରି କାହିଁକି ଏତେ ଭଲ ଚାକିରି ଛାଡିଦେଲେ ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଆସିଛି?

नौकरी छोड़ने की गजब वजह aajtak

ଯୁବକଜଣକ ନିଜେ ସୋସିଆଲ ମିଡିଆରେ ନିଜର ଏହି କାହାଣୀ ସେୟାର କରିଛନ୍ତି ଏବଂ ନିଜ ନିଷ୍ପତ୍ତି ପାଇଁ ପଶ୍ଚାତାପ କରିଥିବା କହିଛନ୍ତି। ସେ ଲେଖିଛନ୍ତି ଯେ, ସବୁଦିନ ଏତେ ଲୋକ ଏତେ ଦୂର ଚାକିିରି କରିବାକୁ ଯାଆନ୍ତି ବୋଲି ମୁଁ ଜାଣିନଥିଲି। ଏବେ ମୁଁ ଭୁଲ କରିଛି ବୋଲି ଭାବୁଛି।