ଇସ୍ତଫା ଦେଲେ ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ ଗୁପ୍ତା, ବୀରେନ୍ଦ୍ର ସଚଦେବା ନୂଆ ମୁଖ୍ୟ ନିଯୁକ୍ତ

ନୂଆଦିଲ୍ଲୀ : ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ବିଜେପିକୁ ମାତ୍‌ ଦେଇଛି ଆପ୍‌। ନିର୍ବାଚନରେ ପରାଜୟ ‌ପରେ ବିଜେପିର ଦିଲ୍ଲୀ ମୁଖ୍ୟ ଆଦେଶ ଗୁପ୍ତା ତାଙ୍କ ପଦରୁ ଇସ୍ତଫା ଦେଇଛି। ଦଳ ପକ୍ଷରୁ ତାଙ୍କ ଇସ୍ତଫାକୁ ମଧ୍ୟ ଗ୍ରହଣ କରି ନିଆଯାଇଛି। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ଆଦେଶ ଗୁପ୍ତା ତାଙ୍କ ପଦରୁ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ବୀରେନ୍ଦ୍ର ସଚଦେବାଙ୍କୁ ଦିଲ୍ଲୀ ବିଜେପି ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ଦିଲ୍ଲୀ ବିଜେପିର କାର୍ଯ୍ୟକାରୀ ସଭାପତି ଭାବେ ସଚଦେବା କାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର