ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ହୋଇଥିବା ଆଇ୨୦ କାର ବିସ୍ଫୋରଣରେ ଏଯାବତ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଏଥିରେ ଆହତ ହୋଇଛନ୍ତି। ଏହି ମୃତକଙ୍କ ମଧ୍ୟରେ ଅମର କଟାରିଆ ବି ସାମିଲ ଅଛନ୍ତି। ଯିଏକି ଦିଲ୍ଲୀର ଶ୍ରୀବାସ ପୁରି ଅଞ୍ଚଳରେ ବସବାସ କରନ୍ତି।
ମା’ କୋଳ ଶୂନ୍ୟ କଲା କାର ବିସ୍ଫୋରଣ
ପୁଲିସ ସୂତ୍ରରୁ ପ୍ରକାଶ, ଦିଲ୍ଲୀ କାର ବିସ୍ଫୋରଣରେ ପ୍ରାଣ ହରାଇଥିବା ଅମର କଟାରିଆଙ୍କ ଭାଗୀରଥ ପ୍ୟାଲେସରେ ଏକ ଔଷଧ ଦୋକାନ ଅଛି। ଅମର ନଭେମ୍ବର ୧୦ ତାରିଖ ସନ୍ଧ୍ୟାରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ହଠାତ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ବାହାରେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଅମରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଅମର ହେଉଛନ୍ତି ଘରର ଏକମାତ୍ର ସନ୍ତାନ। ଦୁଃଖର ବିଷୟ ଅମରଙ୍କ ମୃତ୍ୟୁ ପରେ ମା’ କୋଳ ଶୂନ୍ୟ ହୋଇଯାଇଛି। କଟାରିଆ ପରିବାରର କୁଳ ବୁଡ଼ି ଯାଇଛି ବୋଲି ସ୍ଥାନୀୟ ବାସିନ୍ଦା କୋହଭରା କଣ୍ଠରେ କହିଛନ୍ତି।
ଅଧିକପଢ଼ନ୍ତୁ:ମାଟି ପାତ୍ରରେ ରାନ୍ଧିବା ଏବଂ ଖାଇବା ଶରୀର ପାଇଁ କେତେ ସ୍ବାସ୍ଥ୍ୟକର ?
ପୁଲିସ ସୂତ୍ରରୁ ପ୍ରକାଶ, ବିସ୍ଫୋରଣ ହୋଇଥିବା ଆଇ ୨୦କାର ଫରିଦାବାଦରୁ କିଣାଯାଇଥିଲା। ଉକ୍ତ କାରଟି ଫରିଦାବାଦ ରାସ୍ତା ଦେଇ ଦିଲ୍ଲୀରେ ପହଞ୍ଚିଥିଲା। ଯାହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ ଉକ୍ତ କାରଟି ପାର୍କିଂରେ ୩ଘଣ୍ଟା ଧରି ଛିଡ଼ା ହୋଇଥିଲା।
ବିସ୍ଫୋରଣ ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ପାର୍କିଂରୁ ୬ଟା ବାଜି ୪୨ମିନିଟରେ ବାହାରିବା ପରେ ତୁରନ୍ତ ଏହା ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ଦିଲ୍ଲୀରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି। ଏହି ବିସ୍ଫୋରଣ ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରଯାଇଛି। ସୀମାରେ ସମସ୍ତ ଗାଡ଼ିଗୁଡ଼ିକର ତନଖି ଜାରି ରଖାଯାଇଛି।
ଅଧିକପଢ଼ନ୍ତୁ:ଏସ୍ଆଇ ପରୀକ୍ଷା କେଳେଙ୍କାରୀ: ତଦନ୍ତ ପାଇଁ ସୁପାରିସ୍ କରିଥିଲେ ମୁଖ୍ୟମନ୍ତ୍ରୀ, ସିବିଆଇ ପକ୍ଷରୁ ବିଜ୍ଞପ୍ତି ଜାରି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/11/untitled-30-recovered-2025-11-11-19-47-43.jpg)