ଦିଲ୍ଲୀ ହିଂସା ନେଇ ନାଗରିକଙ୍କୁ ସତର୍କ କଲା ଆମେରିକା

ଦିଲ୍ଲୀ ହିଂସା: ପରୀକ୍ଷା ବାତିଲ କଲା ସିବିଏସ୍‌ଇ

ନୂଆଦିଲ୍ଲୀ : ଦିଲ୍ଲୀ ହିଂସା ଉପରେ ଏବେ ସାରା ବିଶ୍ବର ନଜର ରହିଛି। ହିଂସା ଯୋଗୁଁ ୨୩ ଜଣଙ୍କ ଜୀବନ ଯାଇଥିବାବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରହିଛି। ଏଭଳି ସ୍ଥିତିରେ ଆମେରିକା ଏହାର ନାଗରିକଙ୍କୁ ସର୍ବାଧିକ ସତର୍କ ରହିବାପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ପରେ ଆମେରିକା ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ଜାରି କରି ଏହାର ନାଗରିକଙ୍କୁ ସତର୍କ ରହିବାକୁ କୁହାଯାଇଛି।

ଦିଲ୍ଲୀ ହିଂସା: ପରୀକ୍ଷା ବାତିଲ କଲା ସିବିଏସ୍‌ଇ
ନୂଆଦିଲ୍ଲୀ : ଦିଲ୍ଲୀରେ ହିଂସା ବ୍ୟାପକ ହେଉଥିବା ଲକ୍ଷ୍ୟ କରି ସିବିଏସ୍‌ଇ ଉତ୍ତର-ପୂର୍ବ ଏବଂ ପୂର୍ବ ଦିଲ୍ଲୀରେ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ନାଗରିକତା ସଂଶୋଧନ ଆଇନକୁ ନେଇ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ସଂଘର୍ଷ ଘଟି ଦିଲ୍ଲୀରେ ୨୪ ଲୋକଙ୍କର ପ୍ରାଣ ଗଲାଣି। ଦଙ୍ଗା ଅଣାୟତ୍ତ ହୋଇ ପଡୁଥିବା ଲକ୍ଷ୍ୟ କରି ସିବିଏସ୍‌ଇ ଦଶମ ଓ ଦ୍ବାଦଶ ପରୀକ୍ଷାକୁ ବାତିଲ କରିଦେଇଛି। ଏ ନେଇ ଦିଲ୍ଲୀ ସରକାରଙ୍କ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର