ଡାକ୍ତରଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ବନ୍ଦ ହେଲା ଦିଲ୍ଲୀ କର୍କଟ ଡାକ୍ତରଖାନା

ନୂଆଦିଲ୍ଲୀ: ନିକଟରେ ବ୍ରିଟେନରୁ ଫେରିଥିବା ତାଙ୍କ ଭାଇଙ୍କୁ ଦେଖା କରିବା ପରେ ଦିଲ୍ଲୀର ଏକ ସରକାରୀ ହସ୍ପିଟାଲର ଡାକ୍ତର କରୋନାଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି | ଏହି ଖବର ସାମ୍ନାକୁ ଆସିବା ପରେ ଉକ୍ତ ଡାକ୍ତରଖାନାର ଓପିଡି ବିଭାଗକୁ ବର୍ତ୍ତମାନ ବନ୍ଦ କରିଦିଆଯାଇଛି ।

ପୂର୍ବ ଦିଲ୍ଲୀର ରାଜ୍ୟ କର୍କଟ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କର ବୁଧବାର ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ତୁରନ୍ତ ଡାକ୍ତରଖାନାର ବାହ୍ୟ ବିଭାଗକୁ ବନ୍ଦ କରିଦିଆଯାଇଛି। ଡାକ୍ତରଙ୍କର ନିଜର କୌଣସି ବିଦେଶ ଭ୍ରମଣର ଇତିହାସ ନ ଥିବା ବେଳେ ହୁଏତ ତାଙ୍କ ଭାଇଙ୍କଠାରୁ ସେ ସଂକ୍ରମିତ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି | ଡାକ୍ତର କୌଣସି କରୋନାଭାଇରସ୍ ରୋଗୀଙ୍କ ଚିକିତ୍ସା କରୁ ନଥିବା ବେଳେ ବର୍ତ୍ତମାନ ଦିଲ୍ଲୀର ଏକ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଛନ୍ତି।

corona delhi : ডাক্তারের COVID-19 পজিটিভ, বন্ধ ...
Eisamay

ଡାକ୍ତର କରୋନା ପୀଡିତ ହେବା ଖବର ସାମ୍ନାକୁ ଆସିବା ପରେ ସାନିଟାଇଜ କରିବା ପାଇଁ ଦିଲ୍ଲୀ ଷ୍ଟେଟ କ୍ୟାନସର ପ୍ରତିଷ୍ଠାନକୁ ବର୍ତ୍ତମାନ ବନ୍ଦ କରାଯାଇଛି। ଏହାପୂର୍ବରୁ ଦିଲ୍ଲୀରେ ଦୁଇଜଣ ମୋହଲା କ୍ଲିନିକ୍ ଡାକ୍ତର କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିଲେ, ଯାହା ପରେ ଜାତୀୟ ରାଜଧାନୀରେ ଶହ ଶହ ଲୋକଙ୍କୁ ସଙ୍ଗରୋଧ କରାଯାଇଥିଲା ।

ସେହିଭଳି ଭାବରେ ମଙ୍ଗଳବାର ଦିନ ବାବରପୁର ଅଂଚଳରେ ଜନତା ମଜଦୁର କଲୋନୀରେ ଥିବା କ୍ଲିନିକର ଜଣେ ଡାକ୍ତର କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିଲେ। ଯାହା ପରେ ମାର୍ଚ୍ଚ ୧୨ରୁ ମାର୍ଚ୍ଚ ୨୦ମଧ୍ୟରେ କ୍ଲିନିକ୍ ପରିଦର୍ଶନ କରିଥିବା ସମସ୍ତ ରୋଗୀ ଏବଂ ଅନ୍ୟ ଲୋକମାନଙ୍କୁ ଦୁଇ ସପ୍ତାହ ପାଇଁ ନିଜକୁ ସଙ୍ଗରୋଧ କରି ରଖିବା ପାଇଁ କୁହାଯାଇଛି | କିଛି ଦିନ ପୂର୍ବରୁ ଉତ୍ତର ପୂର୍ବ ଦିଲ୍ଲୀର ମୌଜପୁରର ମୋହନପୁରୀ ଅଞ୍ଚଳରେ ଥିବା ମୋହାଲା କ୍ଲିନିକର ଜଣେ ଡାକ୍ତର ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ। ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଡାକ୍ତର କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ପତ୍ନୀ ଏବଂ ଝିଅ କୋଭିଡ-୧୯ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି |

ସମ୍ବନ୍ଧିତ ଖବର