ବଡ଼ୋଦରା: ମହିଳା ପ୍ରିମିୟର ଲିଗ୍(ଡବ୍ଲୁପିଏଲ୍)ର ଏକ ମ୍ୟାଚରେ ଧୀମା ଓଭର ହାର ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ୍ ଅଧିନାୟିକା ଜେମିମା ରଡ୍ରିଗ୍ସଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ବଡ଼ୋଦରା କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମଠାରେ ମଙ୍ଗଳବାର ଖେଳାଯାଇଥିବା ଗୁଜରାଟ ଟାଇଟନ୍ସ ବିପକ୍ଷ ଏକ ମ୍ୟାଚରେ ଗୁଜରାଟ ଟାଇଟନ୍ସଠାରୁ ୩ ରନରେ ପରାସ୍ତ ହୋଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚରେ ତାଙ୍କ ଦଳର ଧୀମା ଓଭର ହାର ଯୋଗୁଁ ଜେମିମାଙ୍କ ଉପରେ ଜରିମାନା ଲାଗୁ କରାଯାଇଛି । ତେବେ ଏହା ତାଙ୍କର ଓଭର ହାର ସମ୍ପର୍କିତ ପ୍ରଥମ ତ୍ରୁଟି ହୋଇଥିବାରୁ ତାଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି ବୋଲି ବୋଲି ଡବ୍ଲୁପିଏଲ ସ୍ପଷ୍ଟ କରିଛି।
ମଙ୍ଗଳବାରର ଏହି ପରାଜୟ ପରେ ଦିଲ୍ଲୀ ପାଇଁ ପ୍ଲେ ଅଫକୁ ଯିବା କଷ୍ଟକର ହୋଇପଡ଼ିଛି। ଦିଲ୍ଲୀ ଏବେ ୭ଟି ମ୍ୟାଚରୁ ୩ ବିଜୟ ସହ ମୋଟ୍ ୬ ପଏଣ୍ଟ ପାଇଛି ଓ ଏହାର ରନହାର ବିଯୁକ୍ତ ୦.୧୬୪ ରହିଛି। ଏହି ଦଳ ଏବେ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ସେପଟେ ଏହି ବିଜୟ ସହ ଗୁଜରାଟ ଏବେ ୭ଟି ମ୍ୟାଚରୁ ୪ ବିଜୟ ସହ ମୋଟ ୮ ପଏଣ୍ଟ ପାଇଛି। ଏହା ବିଯୁକ୍ତ ୦.୨୭୧ ରନହାର ସହ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି ଓ ନିଜର ପ୍ଲେଅଫ୍ ଖେଳିବା ଉଜ୍ଜଳ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/28/new-project-8-2026-01-28-17-49-28.jpg)