ନୂଆଦିଲ୍ଲୀ: ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ନିର୍ମାଣ ଉପରେ ସ୍ଥଗନାଦେଶ ଜାରି କରିବାକୁ ଆଜି ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ମନାକରି ଦେଇଛନ୍ତି। କେନ୍ଦ୍ରୀୟ ଦିଲ୍ଲୀରେ ଏହି ପ୍ରକଳ୍ପରେ ୨୦,୦୦୦ କୋଟି ଟଙ୍କାର ଆଉ ଏକ ସଂସଦ ଭବନ ଏବଂ ଅନ୍ୟ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ନିର୍ମିତ ହେବାକୁ ଯାଉଛି। ଭାରତର ମୁଖ୍ୟ ନ୍ୟାୟାଧୀଶ ଏସ୍ଏ ବୋବ୍ଡେ କହିଛନ୍ତି ଏହିଭଳି ଏ ପ୍ରକଳ୍ପ ବିରୋଧରେ ଆଉ ଏକ ପିଟିସନ ବିଚାରାଧୀନ ଅଛି। କୋଭିଡ୍-୧୯ ପରିସ୍ଥିତିରେ କେହି କୁଆଡେ କିଛି କରିବାକୁ ଯାଉନଥିବାରୁ ଏହା ଏତେ ଜରୁରି ନୁହେଁ। ଆବେଦନକାରୀ ରାଜୀବ ସୁରୀ ଏହି ପ୍ରକଳ୍ପ ବିରୋଧରେ କରିଥିବା ପିଟିସନ ଉଚ୍ଚତମ ନ୍ୟାୟାଳୟରେ ପଡ଼ିରହିଛି। ସମାନ ପ୍ରକାର ପିଟିସନ୍ ରହିଥିବାରୁ ତାହାକୁ ନକଲ କରିବା ଦରକାର ନାହିଁ ବୋଲି ମୁଖ୍ୟ ନ୍ୟାୟାଧୀଶ କହିଛନ୍ତି। ପିଟିସନ୍ରେ ସେହି ପ୍ରକଳ୍ପର ଜମି ବ୍ୟବହାର ଉପରେ ଚ୍ୟାଲେଞ୍ଜ କରାଯାଇଛି। ଲୁଟ୍ୟେନ୍ସ୍ ଜୋନ୍ରେ ଏହି ପ୍ରକଳ୍ପ ପାଇଁ ୮୬ ଏକର ଜମି ନିଆଯାଇଛି। ପ୍ରକଳ୍ପ ହେଲେ ଲୋକମାନେ ଖୋଲା ଓ ସବୁଜିମାଭରା ସ୍ଥାନକୁ ଭୋଗ କରିବାରୁ ବଞ୍ଚିତ ହେବେ ବୋଲି ପିଟିସନରେ ଦର୍ଶାଯାଇଛି। ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ସଂସଦ ନିର୍ମାଣ ଚାଲିଛି, ଏଥିରେ କାହାର ବିରୋଧ ରହିବା ଉଚିତ କି? ଦୁଇଜଣିଆ ଖଣ୍ଡପୀଠରେ ନିଜେ ନ୍ୟାୟମୂତ୍ତି ବୋବ୍ଡେ ଏବଂ ନ୍ୟାୟମୂର୍ତ୍ତି ଅନିରୁଦ୍ଧ ବୋଷ ଏକ ଭିଡିଓ ସମ୍ମେଳନରେ ପିଟିସନ୍ର ଶୁଣାଣି କରିଥିଲେ। ରାଇସିନା ହିଲ୍ସ୍ କଂପ୍ଲେକ୍ସ ଓ ସଂସଦ କୋଠାର ବାହ୍ୟଭାଗରେ କୌଣସି ଭଙ୍ଗାଭଙ୍ଗି କରାଯିବ ନାହିଁ। ଯାହା ଗତ ଅକ୍ଟୋବରେ ସରକାର ସ୍ପଷ୍ଟ କରିସାରିଛନ୍ତି, ଯେତେବେଳେ ଗୁଜରାଟ କୈନ୍ଦ୍ରିକ ଏଚ୍ସିପି ଡିଜାଇନ୍, ପ୍ଲାନିଙ୍ଗ୍ ଓ ମ୍ୟାନେଜ୍ମେଣ୍ଟକୁ ଏକ କନ୍ସଲଟାନ୍ସି ଠିକା ଦିଆଯାଇଥିଲା। ରାଷ୍ଟ୍ରୀୟ ରାଜଧାନୀର ଗୁରୁତ୍ୱପୂର୍ଣ ଅଞ୍ଚଳକୁ ପୁନର୍ବିନ୍ୟାସ କରିବା ଏହାର ଉଦ୍ଦେଶ୍ୟ ଥିଲା। ଏବେର ସଂସଦଭବନ ସାଂସଦମାନଙ୍କ ପାଇଁ ଯଥେଷ୍ଟ ହେଉନଥିବାରୁ ଏହି ବ୍ୟବସ୍ଥା କରାଯାଉଛି।
ଦିଲ୍ଲୀ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ: କାର୍ଯ୍ୟ ସ୍ଥଗନକୁ ମନାକଲେ ସୁପ୍ରିମ୍କୋର୍ଟ
/sambad/media/post_attachments/wp-content/uploads/2020/04/sfh5sdf4h98sf7hs98fh798sfhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)