ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗତକାଲି ଏକ ଅଭାବନୀୟ ଘଟଣାକ୍ରମରେ ଏକ ୮ ମାସର ଶିଶୁ ନିଜ ସଂପର୍କୀୟ ଭାଇ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲା ଏବଂ ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ରହିଛି। ଆଜି ଏହି ଘଟଣାରେ ଉଦ୍ବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଏବେ ଦିଲ୍ଲୀର କଳାବତୀ ସରନ ହସ୍ପିଟାଲ୍ ଆଇସିୟୁରେ ଚିକିତ୍ସାଧୀନ ଥିବା ପୀଡ଼ିତା ଶିଶୁର ଚିକିତ୍ସା ତଦାରଖ ଲାଗି ସୁପ୍ରିମକୋର୍ଟ ଦିଲ୍ଲୀ ଏମ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଆସନ୍ତାକାଲି ସୁଦ୍ଧା ଶିଶୁର ସ୍ୱାସ୍ଥ୍ୟାବସ୍ଥା ନେଇ ରିପୋର୍ଟ ମାଗିଛନ୍ତି। ଏମ୍ସର ଦୁଇଜଣ ବରିଷ୍ଠ ଚିକିତ୍ସକ ଶିଶୁଟିର ଚିକିତ୍ସା ତଦାରଖ କରିବେ ଏବଂ ଶିଶୁଟିକୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବା ନେଇ ତାକୁ ଏମ୍ସକୁ ସ୍ଥାନାନ୍ତରିତ କରାଯିବ କି ନାହିଁ ସେ ବିଷୟରେ ନିଷ୍ପତ୍ତି ନେବେ। ତେବେ ଯଦି ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ଥିବାହେତୁ ତାକୁ ସ୍ଥାନାନ୍ତର କରିନହୁଏ ତେବେ ଏମ୍ସର ସ୍ୱତନ୍ତ୍ର ଚିକିତ୍ସାକାରୀ ଦଳ ତାକୁ ସେହି ହସ୍ପିଟାଲ୍ରେ ହିଁ ଚିକିତ୍ସା କରିବେ ବୋଲି ଆଜି ମାମଲା ନେଇ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରୁଥିବା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ତତ୍ତ୍ୱାବଧାନରେ ଗଠିତ ଖଣ୍ଡପୀଠ କହିଛନ୍ତି। ସୂଚନାନୁଯାୟୀ ଗତକାଲି ଶିଶୁଟିକୁ ତା ନିଜ ବଡ଼ବାପା ପୁଅ ଭାଇ (୨୮ ବର୍ଷ) ଦୁଷ୍କର୍ମ କରିଥିଲା। ଶିଶୁଟିର ଯୌନାଙ୍ଗରେ ଗୁରୁତର ଆଘାତ ଲାଗିଛି ଏବଂ ଏକ ବଡ଼ ଧରଣର ଅପରେସନ୍ ମଧ୍ୟ ହୋଇଥିବା ଜଣାଯାଇଛି।
ଚିକିତ୍ସା ତଦାରଖ ପାଇଁ ଏମ୍ସକୁ ନିର୍ଦ୍ଦେଶ
ଦିଲ୍ଲୀ ଶିଶୁ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କ ଉଦ୍ବେଗ
/sambad/media/post_attachments/wp-content/uploads/2018/01/Supreme-Court_1-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)