ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ହେବାକୁ ଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀର, ହେମା ମାଳିନୀଙ୍କ ସମେତ ଅନ୍ୟ ବହୁ ଶୀର୍ଷ ନେତା ଅନୁପସ୍ଥିତ ରହିଛନ୍ତି। ‌ବ‌ୈଠକକୁ ନିମନ୍ତ୍ରିତ ହୋଇଥିବା ଦିଲ୍ଲୀ ସାଂସଦ ଗମ୍ଭୀର, ମଥୁରା ସାଂସଦ ହେମା ଓ କଂଗ୍ରେସ ସାଂସଦ ଦିଗ୍‌ବିଜୟ ସିଂହ ଓ ରାଜ୍ୟସଭା ସାଂସଦ ଏମ୍‌ଗଜ ଆକବର ଅ‌ାଦି ବୈଠକରେ ଉପସ୍ଥିତ ହୋଇନାହାନ୍ତି। ତାଲିକାରେ ଥିବା ୨୯ ସାଂସଦଙ୍କ ମଧ୍ୟରୁ ୪ ଜଣ ଅନୁପସ୍ଥିତ ହେବା କାରଣରୁ ବୈଠକ ବାତିଲ୍‌ ହୋଇଛି।

Advertisment

ଏ‌ ନେଇ ବିଜେପି ସାଂସଦ ତଥା ସଂସଦୀୟ କମିଟିର ମୁଖ୍ୟ ଜଗଦମିକା ପଲ୍‌ କହିଛନ୍ତି କି ଏପରି ଭାବେ ସାଂସଦମାନଙ୍କ ଅନୁପସ୍ଥିତ ରହିବାକୁ ସେ ତୀବ୍ର ବିରୋଧ କରୁଛନ୍ତି। ଏହି ମାମଲା ନେଇ ସେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ପାଖକୁ ଯିବେ। ୪ ସାଂସଦଙ୍କ ବ୍ୟତୀତ ପରିବେଶ ସଚିବ, ବନ୍ୟ ସଚିବ, ଜଳବାୟୁ ପରିବତ୍ତର୍ନ ବିଭାଗର ସଚିବ, ଡିଡିଏ ପ୍ରତିନିଧି ଓ ଦିଲ୍ଳୀ ମୁନିସିପାଲ୍‌ କର୍ପୋରେସନର ୩ ମୁଖ୍ୟ ମଧ୍ୟ ଅନୁପସ୍ଥିତ ରହିଥିଲେ ବୈଠକ।

ସାଂସଦମାନଙ୍କ ଅନୁପସ୍ଥିତ ରହିବାକୁ ନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି କି ସେ ଏହି ଘଟଣାର ତତନ୍ତ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଦିଲ୍ଳୀର ବାୟୁ ପ୍ରଦୂଷଣକୁ ସେ ଖୁବ୍‌ ଗମ୍ଭୀରତାର ସହ ନିଅନ୍ତି। ତେବେ, ଗମ୍ଭୀର ବୈଠକରେ ଯୋଗ ନଦେଇ ଇନ୍ଦୋରରେ ମଜା କରୁଥିବାର ଏକ ଫଟୋ ଦେଇ ଆମ୍‌ ଆଦମୀ ପାର୍ଟି(ଆପ୍‌) ତାଙ୍କୁୁ ତାତ୍ସଲ୍ୟ କରିଛି।