ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୁବକଯୁବତୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଇଂରାଜୀ ଭାଷାରେ ଯୋଗାଯୋଗ କରିବାରେ ସମସ୍ୟାର ସାମ୍ନା କରୁଥିବା ଯୁବକଯୁବତୀମାନଙ୍କୁ ମାଗଣାରେ କେଜ୍ରିୱାଲ ସରକାର ସ୍ପୋକେନ ଇଙ୍ଗଲିସ୍ ଶିଖାଇବେ। ଦିଲ୍ଲୀର ସ୍କିଲ ଆଣ୍ଡ ଏଣ୍ଟରପ୍ରେନୋରସିପ୍ ୟୁନିଭରସିଟି ଏହି ପାଠ୍ୟକ୍ରମ ପରିଚାଳନା କରିବ।
ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି, ଯେଉଁ ଯୁବକଯୁବତୀମାନଙ୍କ ମଧ୍ୟରେ ଯୋଗାଯୋଗ ଦକ୍ଷତା ନାହିଁ ସେମାନଙ୍କ ପାଇଁ ଆମେ 'ସ୍ପୋକେନ୍ ଇଙ୍ଗଲିସ୍' କାର୍ଯ୍ୟକ୍ରମ ଘୋଷଣା କରୁଛୁ। ଦିଲ୍ଲୀର ସ୍କିଲ ଆଣ୍ଡ ଏଣ୍ଟରପ୍ରେନୋରସିପ୍ ୟୁନିଭରସିଟି ଏହି ପାଠ୍ୟକ୍ରମ ଆରମ୍ଭ କରିବ। ଏହା ଦ୍ବାରା ଯୁବକଯୁବତୀମାନଙ୍କ ପାଇଁ ଅଧିକ ଚାକିରି ସୁଯୋଗ ସୃଷ୍ଟି ହେବ।
କେଜ୍ରିୱାଲ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଆମେ ଦିଲ୍ଲୀର ୫୦ଟି କେନ୍ଦ୍ରରେ ବର୍ଷକୁ ୧ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ଦେବୁ। ଏହା ପରେ ଏହାକୁ ବିସ୍ତାର କରାଯିବ। ୩-୪ ମାସର ଏହି ପାଠ୍ୟକ୍ରମରେ, ୧୮ରୁ ୩୫ବର୍ଷର ଯୁବକଯୁବତୀମାନେ ଆଡମିଶନ ନେଇପାରିବେ। କେଜ୍ରିୱାଲ କହିଛନ୍ତି ଯେ, ନିଜର ସମୟ ସୁବିଧା ମୁତାବକ ଯୁବକଯୁବତୀମାନେ ଆସି 'ସ୍ପୋକେନ୍ ଇଂରାଜୀ' ଶିଖିପାରିବେ ଏବଂ ଏହି ତାଲିମ ସମ୍ପୂର୍ଣ୍ଣ ମାଗଣା ହେବ। ତେବେ ସିକ୍ୟୁରିଟି ଡିପୋଜିଟ ଭାବରେ ୯୫୦ ଟଙ୍କା ନିଆଯିବ, ଯାହା ପାଠ୍ୟକ୍ରମ ଶେଷ ହେବା ପରେ ଫେରସ୍ତ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/t-72.jpg)