ଭାରତ ଦୁନିଆରେ ଏକ ନମ୍ବର ଦେଶ ନହେବା ପର୍ଯ୍ୟନ୍ତ ଭଗବାନ ମୋତେ ମୃତ୍ୟୁ ନଦିଅନ୍ତୁ: କେଜ୍ରିୱାଲ

ମୁମ୍ବାଇ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ମହାରାଷ୍ଟ୍ରରେ ପହଞ୍ଚିଛନ୍ତି। ମହାରାଷ୍ଟ୍ରର ନାଗପୁରରେ ସାମ୍ବାଦିକମାନଙ୍କୁ ସାକ୍ଷାତକାର ଦେଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନାଁ ନ ନେଇ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି। ପୂର୍ବରୁ ଅନେକ ଥର ବିଜେପିର ନୀତିକୁ ସମାଲୋଚନା କରି ଆସିଥିବା କେଜ୍ରିୱାଲ ଏବେ ପୁଣି ଥରେ ବିଜେପିକୁ ସମାଲୋଚନା କରିଛନ୍ତି।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଆମେ ରାଜନୀତିରେ କ୍ୟାରିୟର କରିବାକୁ ଆସି ନାହୁଁ ବରଂ ଆମେ ଆମର କ୍ୟାରିୟର ଛାଡି ରାଜନୀତିକୁ ଆସିଛୁ। ଭାରତ ମାତା ପାଇଁ ଆମେ ରାଜନୀତିରେ ପ୍ରବେଶ କରିଛୁ। ଆମେ କ୍ଷମତା ପାଇବା ପାଇଁ ନୁହେଁ ବରଂ ଦେଶକୁ ବଞ୍ଚାଇବା ପାଇଁ ରାଜନୀତିରେ ପ୍ରବେଶ କରିଛୁ। ମୁଁ ଭଗବାନଙ୍କୁ କେବଳ ଦୁଇଟି ଜିନିଷ ମାଗୁଛି। ପ୍ରଥମଟି ହେଉଛି ମୋ ଭାରତ ବିଶ୍ୱର ଏକ ନମ୍ବର ଦେଶ ହେବା ଉଚିତ୍। ଦ୍ୱିତୀୟତଃ ଯେପର୍ଯ୍ୟନ୍ତ ଭାରତ ବିଶ୍ୱର ଏକ ନମ୍ବର ଦେଶ ନହୋଇଛି ସେ ପର୍ଯ୍ୟନ୍ତ ମୋତେ ମୃତ୍ୟୁ ନଆସୁ।

aajtak

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆହୁରି କହିଛନ୍ତି ଯେ, ମୁଁ ରାଜନୀତି ଜାଣି ନାହିଁ। ମୁଁ ଲୋକଙ୍କ ପାଇଁ କିପରି କାମ କରିବି ଜାଣିଛି। ଚୋରି କରିବା, ଦୁର୍ନୀତି କରିବା, ଦଙ୍ଗା କରିବା, ଅଶ୍ଳୀଳତା କରିବା ଆମେ ଜାଣିନାହୁଁ। ଆମେ ବିଦ୍ୟାଳୟ ଏବଂ ଡାକ୍ତରଖାନା କିପରି ନିର୍ମାଣ କରିବୁ ତାହା ଜାଣୁ। ଏଭଳି କହିବା ସହ ମହାରାଷ୍ଟ୍ରର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ମହାରାଷ୍ଟ୍ରର ସରକାରୀ ବିଦ୍ୟାଳୟଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଖରାପ ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ପୂର୍ବରୁ ଦିଲ୍ଲୀରେ ମଧ୍ୟ ସମାନ ପରିସ୍ଥିତି ଥିଲା କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି। ଦ୍ୱାଦଶ ପରୀକ୍ଷାରେ ସରକାରୀ ବିଦ୍ୟାଳୟଗୁଡ଼ିକର ଫଳାଫଳ ୯୭ ପ୍ରତିଶତ ଆସିଛି। ବେସରକାରୀ ବିଦ୍ୟାଳୟରୁ ସରକାରୀ ବିଦ୍ୟାଳୟକୁ ଚାରି ଲକ୍ଷ ପିଲା ଆସିଛନ୍ତି ବୋଲି ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର