ସିଂଘୁ ସୀମାନ୍ତ ଗସ୍ତ କରି କୃଷକଙ୍କୁ ଭେଟିବା ପରଠାରୁ କେଜ୍ରିୱାଲ୍‌ଙ୍କୁ ଗୃହବନ୍ଦୀ କରାଯାଇଛି : ଆପ୍

ନୂଆଦିଲ୍ଲୀ: ସୋମବାର ଦିନ ସିଂଘୁ ସୀମାନ୍ତରେ ଆନ୍ଦୋଳନରତ କୃଷକମାନଙ୍କୁ ଭେଟିବା ପରଠାରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଗୃହବନ୍ଦୀ କରାଯାଇଛି ବୋଲି ‘ଆପ୍‌’ ଟୁଇଟ୍‌ କରି ଦାବି କରିଛି। ତାଙ୍କ ବାସଭବନରୁ କାହାରିକୁ ବାହାରକୁ ଛଡ଼ା ଯାଉନାହିଁ କି, ବାହାରୁ ‌କାହାରିକୁ ତାଙ୍କ ବାସଭବନକୁ ଯିବା ଲାଗି ଅନୁମତି ମିଳୁନାହିଁ।

‘ଆପ୍‌’ ବିଧାୟକ ସୌରଭ ଭରଦ୍ବାଜ କହିଛନ୍ତି, ଗତକାଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ସିଂଘୁ ସୀମାରେ କୃଷକମାନଙ୍କୁ ଭେଟିଥିଲେ। ସେ କହୁଥିଲେ ଯେ, ଆମେ ‘ସେବାଦାର’ଙ୍କ ଭଳି କୃଷକମାନଙ୍କର ସେବା କରିବୁ ଓ‌ ସେମାନଙ୍କୁ ସମର୍ଥନ କରିବୁ। ସେ ଫେରିବା ପରେ, ଗୃହ ମନ୍ତ୍ରାଳୟ ନିର୍ଦେଶରେ ଦିଲ୍ଲୀ ପୁଲିସ ତାଙ୍କ ବାସଭବନ ଚାରିପଟେ ବାରିକେଡ୍‌ ବସାଇ ତାଙ୍କୁ ଗୃହବନ୍ଦୀରେ ରଖିବା ଭଳି ପରିସ୍ଥିତି ସୃଷ୍ଟି କରିଛି।

କିନ୍ତୁ, କେଜ୍ରିୱାଲ୍‌ଙ୍କୁ ଗୃହବନ୍ଦୀ କରାଯାଇଛି ବୋଲି ‘ଆମ୍‌ ଆଦ୍‌ମୀ ପାର୍ଟି’ କରିଥିବା ଦାବିକୁ ଦିଲ୍ଲୀ ପୁଲିସ ଅସ୍ବୀକାର କରିଛି। ଉତ୍ତର ଦିଲ୍ଲୀର ଡିସିପି ଆଣ୍ଟୋ ଆଲ୍ଫୋନ୍‌ସ୍ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରାଯାଇନାହିଁ। ‘ଆପ୍’ ଏବଂ ଅନ୍ୟ କୌଣସି ଦଳଙ୍କ ମଧ୍ୟରେ କୌଣସି ପ୍ରକାର ସଂର୍ଘଷ ଏଡ଼ାଇବାକୁ ପୁଲିସ ମୁତୟନ କରାଯାଇଛି।

 

ସମ୍ବନ୍ଧିତ ଖବର