ନୂଆଦିଲ୍ଲୀ: ଆସିଗଲା ଅଚ୍ଛେ ଦିନ, ଅନେକ ବର୍ଷର ଅପେକ୍ଷା ପରେ ଶେଷରେ ଦିଲ୍ଲୀର ବସ୍ତିବାସିନ୍ଦାଙ୍କ ପାଇଁ ଭଲ ଦିନ ଆସିଛି । ନିଜ ନିର୍ବାଚନ ମଣ୍ଡଳୀ ସାଲିମାରବାଗରୁ ବିକାଶ କାମର ଶୁଭାରମ୍ଭ କରି ଏମିତି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ବିଭିନ୍ନ ପ୍ରକଳ୍ପ କାମର ଶୁଭାରମ୍ଭ ଏବଂ ଶିଳାନ୍ୟାସ କରିବା ସହ ସହରାଞ୍ଚଳର ବିକାଶ ପାଇଁ ୭୦୦ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିରେ ୧୦ ବର୍ଷ ତଳେ ନିର୍ମାଣ ହୋଇଥିବା ୫୨, ୦୦୦ ଫ୍ଲାଟର ନବୀକରଣ ହେବ ।

Advertisment

ତେବେ ପ୍ରକଳ୍ପ ଶୁଭାରମ୍ଭ ବେଳେ ପୂର୍ବର ଆପ୍ ସରକାରକୁ ଟାର୍ଗେଟ୍ କରିଛନ୍ତି ରେଖା । କହିଛନ୍ତି, ପୂର୍ବ ସରକାର ବସ୍ତିବାସିନ୍ଦାଙ୍କ ପାଇଁ କୌଣସି କାମ କରୁନଥିଲେ । ସେମାନେ କେବଳ ଭୋଟ ବ୍ୟାଙ୍କ ସୃଷ୍ଟି କରିବାକୁ ବଡ ବଡ ଘୋଷଣା କରୁଥିଲେ । ମାତ୍ର ବିଜେପି ସରକାର ଆପଣମାନଙ୍କ ଦାୟିତ୍ବ ନେଇଛି । ଆପଣଙ୍କ ସ୍ବାସ୍ଥ୍ୟର ଯତ୍ନ ଆମେ ନେଉଛୁ । ଗରିବଙ୍କ ବିକାଶ ଏବଂ ଗରିବଙ୍କ ଉନ୍ନତି ଆମର ଦାୟିତ୍ବ । କେମିତି ମୌଳିକ ସୁବିଧା ପାଣି, ପାର୍କ ଏବଂ ଶୌଚାଳୟର ସୁବିଧା କରିହେବ ସେ ନେଇ ଶୀଘ୍ର ବ୍ୟବସ୍ଥା କରାଯିବ ।