ପତ୍ନୀ କୋଭିଡ୍‌ ପଜିଟିଭ ଚିହ୍ନଟ ହେବାପରେ କ୍ୱାରେଣ୍ଟିନ୍‌ରେ ରହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ: ପତ୍ନୀ କୋଭିଡ୍‌ ପଜିଟିଭ୍‌ ରୂପେ ଚିହ୍ନଟ ହେବାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଅପରାହ୍ନରୁ ପୃଥକବାସ (କ୍ୱାରେଣ୍ଟିନ୍‌)ରେ ରହିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସୁନୀତା କେଜ୍ରିୱାଲ କୋଭିଡ୍‌-୧୯ ପାଇଁ ପଜିଟିଭ୍‌ ପରୀକ୍ଷା କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜକୁ ଆଜି ଅପରାହ୍ନରୁ ପୃଥକବାସ (କ୍ୱାରେଣ୍ଟିନ୍‌)ରେ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ପତ୍ନୀ ସୁନୀତା କରାଇଥିବା ତାଙ୍କର କୋଭିଡ୍‌-୧୯ ନମୁନା ପରୀକ୍ଷାର ରିପୋର୍ଟ ପଜିଟିଭ୍‌ ଆସିଥିଲା। ସୁନୀତା କୋଭିଡ୍‌ ପଜିଟିଭ୍‌ ଥିବା ଜଣାପଡ଼ିବା ପରେ ତାଙ୍କ ସଂସ୍ପର୍ଶରେ ଥିବା ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ନିଜକୁ ପୃଥକବାସରେ ଅଲଗା କରିଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଜୁନ୍‌ ୨୦୨୦ରେ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ଜ୍ୱର ଏବଂ ଗଳା ଯନ୍ତ୍ରଣା ଭଳି କୋଭିଡ୍‌ ଲକ୍ଷଣ ଦେଖାଇବା ପରେ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ସେତେବେଳେ ବାତିଲ ହୋଇଯାଇଥିଲା ଏବଂ ସେ ତାଙ୍କ ବାସଭବନରେ ପୃଥକବାସରେ ରହିଥିଲେ। ତେବେ, ସେତେବେଳେ ତାଙ୍କର କୋଭିହ୍‌ ନମୁନା ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିଥିଲା।

ସମ୍ବନ୍ଧିତ ଖବର