ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବର ସମୟ ପରିବର୍ତ୍ତନ କରାଯାଇଛି। ଫେବ୍ରୁଆରି ୨୦ ତାରିଖ ପୂର୍ବାହ୍ନ ୧୧ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଏହି ସୂଚନା ମିଳିଛି। ପୂର୍ବରୁ ଅପରାହ୍ନ ସାଢ଼େ ୪ଟାରେ ଶପଥ ଗ୍ରହଣ ହେବାର ଥିଲା।
କିଛିଦିନ ପୂର୍ବେ ସୂଚନା ମିଳିଥିଲା ଯେ ୧୮ ତାରିଖରେ ଶପଥ ହେବ । କିନ୍ତୁ ପରେ ତାହାକୁ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ଏବେ ଶପଥ ସମୟରେ ପରିବର୍ତ୍ତନ କରାଯାଇଛି ।
ଏହା ପୂର୍ବରୁ ଫେବ୍ରୁଆରି ୧୯ ତାରିଖ ଅପରାହ୍ନ ସାଢ଼େ ୩ଟାରେ ବିଜେପି ବିଧାୟକ ଦଳର ବୈଠକ ବସିବ। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଚେହେରା ଚୟନ କରାଯିବ। ସୂଚନାଯୋଗ୍ୟ, ଫେବ୍ରୁଆରି ୮ ତାରିଖରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବାର ଇତିମଧ୍ୟରେ ୧୦ ଦିନ ବିତିଯିବା ପରେ ମଧ୍ୟ ଦଳ ମୁଖ୍ୟମନ୍ତ୍ରୀ ଘୋଷଣା କରିନାହିଁ। ଏହାକୁ ନେଇ ଆପ୍ ପକ୍ଷରୁ ବିଜେପିକୁ ଟାର୍ଗେଟ୍ କରାଯାଇଛି ।
ଆପ୍ ର ଦିଲ୍ଲୀ ରାଜ୍ୟ ଆବାହକ ଗୋପାଳ ରାୟ କହିଛନ୍ତି ଯେ ଭାରତର ଇତିହାସରେ ପ୍ରଥମ ଥର ପାଇଁ ଏପରି ହେଉଛି ଯେ ବିବାହ ଶୋଭାଯାତ୍ରା ପ୍ରସ୍ତୁତ ଅଛି, ମଣ୍ଡପ ମଧ୍ୟ ପ୍ରସ୍ତୁତ ଅଛି, କିନ୍ତୁ ବର କିଏ ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇପାରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/02/18/QZiAgM3Co0BUalgqgFZ7.jpeg)