ନୂଆଦିଲ୍ଲୀ: ରୋଷେଇ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ପିଲାଙ୍କ ପାଇଁ ହୋଇଥିବା ଡାଲମାକୁ ନିଜେ ଚାଖିଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ହୋଲି ଅବସରରେ ଆଶା କିରଣ ଦିବ୍ୟାଙ୍ଗ ଆଶ୍ରମ ପରିଦର୍ଶନ କରି ପିଲାଙ୍କ ସହ ହୋଲି ଖେଳିଛନ୍ତି ମୁଖ୍ୟମନ୍ତ୍ରୀ । ତାସହ ଖାଦ୍ୟର ମାନ ମଧ୍ୟ ଯାଞ୍ଚ କରିଛନ୍ତି ।
ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କୁନିକୁନି ପିଲାଙ୍କ ସହ ହୋଲି ଖେଳିଛନ୍ତି । ଆଶା କିରଣ ସେଲ୍ଟର ହୋମକୁ ଯାଇ ସେଠାରେ ଥିବା ବାପାଛେଉଣ୍ଡ ପିଲାଙ୍କ ସହ ରଙ୍ଗର ପର୍ବ ପାଳିଛନ୍ତି । ଏଥିସହ ଦିଲ୍ଲୀବାସୀଙ୍କୁ ହୋଲି ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି । ସୁରକ୍ଷିତ ରହି ବହୋଲି ଖେଳିହା ସହ, ରଙ୍ଗ ପାଇଁ ଯେମିତି ପାଣି ନଷ୍ଟ ନହୁଏ ସେଥିପାଇଁ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
आज आशा किरण बौद्धिक दिव्यांग आश्रय गृह का निरीक्षण कर वहाँ की सुविधाओं की जाँच की। इस दौरान दिव्यांग बच्चों से मुलाकात का भावनात्मक अनुभव मिला। इन दिव्यांग बच्चों के उज्ज्वल भविष्य के लिए हम पूरी तरह प्रतिबद्धता के साथ प्रयासरत रहेंगे। समाज में हर बच्चे को स्नेह और आत्मसम्मान… pic.twitter.com/EIKtyZ8VxV
— Rekha Gupta (@gupta_rekha) March 13, 2025
ତେବେ ଦିବ୍ୟାଙ୍ଗ ପିଲାଙ୍କ ସହ ସମୟ ଅତିବାହିତ କରି ମୁଖ୍ୟମନ୍ତ୍ରୀ ରେଖା କହିଛନ୍ତି, ଆଜି ଆଶା କିରଣ ବୌଦ୍ଧିକ ଦିବ୍ୟାଙ୍ଗ ଆଶ୍ରୟ ଗୃହ ଯାଞ୍ଚ କରି ସେଠାରେ ଥିବା ସୁବିଧା ଯାଞ୍ଚ କଲି । ଏହି ସମୟ ମଧ୍ୟରେ, ମୁଁ ଦିବ୍ୟାଙ୍ଗ ପିଲାମାନଙ୍କୁ ଭେଟିବାର ମୁହୂର୍ତ୍ତଟେ ପାଇଲି । ଏହି ଦିବ୍ୟାଙ୍ଗ ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆମେ ପୂର୍ଣ୍ଣ ପ୍ରତିବଦ୍ଧତା ସହିତ କାର୍ଯ୍ୟ ଜାରି ରଖିବୁ । ସମାଜର ପ୍ରତିଟି ପିଲା ସ୍ନେହ ଏବଂ ଆତ୍ମ ସମ୍ମାନ ପାଇବା ଉଚିତ୍, ଏହା ହେଉଛି ଆମର ସଂକଳ୍ପ ।