ନୂଆଦିଲ୍ଲୀ: ଆକ୍ସନ ମୋଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଗ୍ରାଉଣ୍ଡକୁ ଯାଇ ବିକାଶ କାମର ଅନୁଧ୍ୟାନ କରୁଛନ୍ତି ରେଖା । ଖାଲି ଲୋକଙ୍କ ସହ ନିଜ ବାସ ଭବନରେ ନୁହେଁ ବରଂ ତୃଣମୂଳ ସ୍ତରକୁ ଯାଇ ଲୋକଙ୍କ ଭଲମନ୍ଦ ବୁଝୁଛନ୍ତି । ଆଉ ଆଜି ନିଜ ନିର୍ବାଚନମଣ୍ଡଳୀ ଯାଇ ସେଠାକାର ଲୋକଙ୍କ ସମସ୍ୟା ଶୁଣିଛନ୍ତି ମାଡାମ୍ ସିଏମ୍ ।

Advertisment

ସାଲିମାରବାଗ ପହଞ୍ଚି ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ସହ ସ୍କୁଲର ସମସ୍ୟା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିଛନ୍ତି । ସେହିପରି ସ୍ଥାନୀୟ ଅଞ୍ଚଳର ପାନୀୟ ଜଳ ସମସ୍ୟା, ପରିମଳ ବ୍ୟବସ୍ଥା ଏବଂ ରାସ୍ତା ସମସ୍ୟାର ସମାଧାନ ଦିଗରେ ଗୁରୁତ୍ବ ଦେଇଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ରାସ୍ତାରେ ଚାଲିଚାଲି ମୁକୁଳା ଡ୍ରେନ୍ ବ୍ୟବସ୍ଥା ସହ ଅଧାପନ୍ତରିଆ ରାସ୍ତା ବୁଲି ଏସବୁ ସମସ୍ୟାର ସମାଧାନ ତୁରନ୍ତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି ।