ଦିଲ୍ଲୀରେ କଂଗ୍ରେସର ଶୋଚନୀୟ ସ୍ଥିତି, ନେତାଙ୍କଠାରୁ ପରାଜୟର କାରଣ ବୁଝୁଛନ୍ତି ସୋନିଆ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସର ଲଜ୍ଜାଜନକ ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବେ ଦଳର ନେତାଙ୍କଠାରୁ ପରାଜୟର କାରଣ ବୁଝୁଛନ୍ତି। ଜଣେ ପରେ ଜଣେ ନେତା ସୋନିଆଙ୍କୁ ଭେଟି ଦିଲ୍ଲୀରେ କେଉଁ ସବୁ କାରଣ ପାଇଁ ଦଳର ଏଭଳି ଦୁର୍ଗତି ହୋଇଛି ତାହା ଅବଗତ କରାଉଛନ୍ତି। ଦଳ ୨୦୦୩ରୁ ୨୦୧୩ ପର୍ଯ୍ୟନ୍ତ ଦିଲ୍ଲୀରେ କ୍ଷମତାରେ ଥିବା ବେଳେ ଏହା ପରେ ଦୁଇଟି ନିର୍ବାଚନରେ ଖାତା ମଧ୍ୟ ଖୋଲିପାରି ନାହିଁ। ଆମ୍‌ ଆଦ୍‌ମୀ ପାର୍ଟି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିବା ଅଳକା ଲାମ୍ବା ସୋନିଆଙ୍କ ସହିତ ଆଲୋଚନା କରି ତାଙ୍କ ପରାଜୟର କାରଣ ଦର୍ଶାଇଛନ୍ତି। ଦିଲ୍ଲୀର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ସୋନିଆଙ୍କୁ ପରାଜୟର କାରଣ ସଂପର୍କରେ ଅବଗତ କରାଉଛନ୍ତି। ଦିଲ୍ଲୀରେ ଦଳର ଶୋଚନୀୟ ପରାଜୟକୁ ନେଇ ନେତାମାନେ ପରସ୍ପରକୁ ଦୋଷାରୋପ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର