ନୂଆଦିଲ୍ଲୀ: ନମାଜ ପଢ଼ୁଥିବା ବେଳେ ଯୁବକଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା | କାର୍ଯ୍ୟରୁ ନିଲମ୍ବିତ ହେଲେ ପୁଲିସକର୍ମୀ | ଜାତୀୟ ରାଜଧାନୀ ଦିଲ୍ଲୀର ଇନ୍ଦ୍ରଲୋକ ଅଞ୍ଚଳରେ ଘଟିଛି ଏଭଳି ଘଟଣା | ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ପୁଲିସକର୍ମୀ ରାସ୍ତା କଡ଼ରେ ନମାଜ ପଢ଼ୁଥିବା ବ୍ୟକ୍ତିଙ୍କ ସହିତ ଅପମାନଜନକ ଆଚରଣ କରୁଛନ୍ତି | ମାଡ଼ ମାରିବା ସହିତ ଗାଳି ମଧ୍ୟ ଦେଉଛନ୍ତି | ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ନେତାମାନେ ବିଜେପିକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି |

Advertisment

କଂଗ୍ରେସ ସାଂସଦ ଇମ୍ରାନ ପ୍ରତାପଗଢି ଏହି ଭିଡିଓକୁ 'ଏକ୍ସ'ରେ ସେୟାର କରି ଲେଖିଛନ୍ତି, "ନମାଜ ପଢ଼ୁଥିବା ବ୍ୟକ୍ତିଙ୍କୁ ଗୋଇଠା ମାରୁଥିବା ଏହି ଦିଲ୍ଲୀ ପୁଲିସକର୍ମୀ ବୋଧହୁଏ ମାନବିକତାର ମୌଳିକ ନୀତିଗୁଡିକ ଜାଣନ୍ତି ନାହିଁ | ଏହି ପୁଲିସକର୍ମୀଙ୍କ ମନରେ ଏତେ ଘୃଣା କ'ଣ ପାଇଁ? ଦିଲ୍ଲୀ ପୁଲିସକୁ ଅନୁରୋଧ କରୁଛି ଯେ, ଏହି ପୁଲିସକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ | ଉପଯୁକ୍ତ ବିଭାଗ ଅଧୀନରେ ତାଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କର ସେବା ବନ୍ଦ କରନ୍ତୁ।