ସାହିନବାଗରେ ଗୁଳି ଚଳାଇଥିବା ଯୁବକ ଆପର ସଦସ୍ୟ ? ଦିଲ୍ଲୀ ପୁଲିସର ଦାବି

ନୂଆଦିଲ୍ଲୀ : ଗତ ସପ୍ତାହରେ ଦିଲ୍ଲୀର ସାହିନବାଗରେ ହୋଇଥିବା ଗୁଳିକାଣ୍ଡରେ ଏକ ନାଟକୀୟ ମୋଡ଼ ଆସିଛି । ସାହିନବାଗ୍‌ ଆନ୍ଦୋଳନକାରୀଙ୍କ ଉପରକୁ ଗୁଳିଚଳାଇଥିବା ୨୩ ବର୍ଷୀୟ ଯୁବକ କପିଲ ଗୁଜ୍ଜର ଆମ ଆଦମି ପାର୍ଟି (ଆପ)ର ସଦସ୍ୟ ବୋଲି ଦିଲ୍ଲୀ ପୁଲିସ ଦାବି କରିଛି ।
ଦିଲ୍ଲୀ କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ ରାଜେଶ ଦେଓ କହିଛନ୍ତି ଯେ ଗିରଫ ହେବା ପରେ କପିଲର ମୋବାଇଲ ଫୋନରୁ ମିଳିଥିବା କେତେକ ଫଟୋରୁ ସେ ଆପର ସଦସ୍ୟ ବୋଲି ଜଣାପଡ଼ିଛି । ଏସବୁ ଫଟୋରେ ସେ ଆପର ବରିଷ୍ଠ ନେତା ସଂଜୟ ସିଂଙ୍କ ସହ ଥିବା ଦେଖାଯାଇଛି । କପିଲ ଓ ତା ବାପା ଗତ ବର୍ଷ ଆପରେ ଯୋଗ ଦେଇଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି ।

ଏସବୁ ପ୍ରମାଣ ମିଳିବା ପରେ ଆପକୁ ଟାର୍ଗେଟ କରିବାକୁ ବିଜେପିକୁ ନୂଆ ଅସ୍ତ୍ର ମିଳିଯାଇଛି । ତେବେ ଏସବୁ ପ୍ରମାଣ ମିଥ୍ୟା ବୋଲି ଆପ କହିଛି । ଆପ ନେତା ସଂଜୟ ସିଂ କହିଛନ୍ତି ଯେ ଅମିତ ଶାହା ଦେଶର ଗୃହମନ୍ତ୍ରୀ । ଠିକ ନିର୍ବାଚନ ପୂର୍ବରୁ ପୁଲିସ ଏସବୁ ଫଟୋ ଓ ପ୍ରମାଣ ମିଳିବା ଏକ ଷଡ଼ଯନ୍ତ୍ରକୁ ଦର୍ଶାଉଛି । କିନ୍ତୁ ବିଜେପି ଯେତେ ଇଚ୍ଛା ରାଜନୀତି କରୁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର