ଦିଲ୍ଲୀରେ ଭୋଟ ଗଣତି ଆରମ୍ଭ : ଆମ୍ ଆଦମୀ ପାର୍ଟି ୪୬, ବିଜେପି ୧୩ ଆସନରେ ଆଗୁଆ

ନୂଆଦିଲ୍ଲୀ : ଦିଲ୍ଲୀରେ ଆରମ୍ଭ ହୋଇଛି ଭୋଟ୍ ଗଣତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ସକାଳ ୮ଟାରେ ସମସ୍ତ ୭୦ଟି ବିଧାନସଭା ଲାଗି ମୋଟ୍ ୨୭ଟି କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହୋଇଛି। ଏଯାବତ୍ ୭୦ ଆସନ ମଧ୍ୟରୁ ୬୦ଟିରେ ଟ୍ରେଣ୍ଡ୍ ଆସିଛି। ପ୍ରାଥମିକ ପର୍ଯ୍ୟାୟର ଗଣତିରେ ଆମ୍ ଆଦମୀ ପାର୍ଟି ୪୬ଟି ଆସନରେ ଆଗୁଆ ଥିବା ବେଳେ ଭାରତୀୟ ଜନତା ପାର୍ଟି ୧୩ଟିରେ ଓ କଂଗ୍ରେସ ମାତ୍ର ଗୋଟିଏ ଆସନରେ ଆଗୁଆ ରହିଛି।

୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗତ ୮ ତାରିଖରେ ଅନୁଷ୍ଠିତ ଭୋଟର ଫଳାଫଳ ଆଜି ପ୍ରକାଶ ପାଇବ।  ସକାଳ ୧୦ଟା ସୁଦ୍ଧା କେଉଁ ଆସନରେ କିଏ ଆଗେଇଛି ତାହାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

୨୦୧୫ରେ ଅନୁଷ୍ଠିତ ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ଦଳକୁ ୬୭ଟି ଆସନ ମିଳିଥିବା ବେଳେ ବିଜେପିକୁ ୩ଟି ଆସନ ମିଳିଥିଲା। କଂଗ୍ରେସ ଖାତା ଖୋଲି ପାରି ନଥିଲା। ଗତ ୮ ତାରିଖର ନିର୍ବାଚନ ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ ଦିଲ୍ଲୀରେ ପୁଣି ଆପ୍ ସରକାର ଗଠନ ହେବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ହିଁ ଚିତ୍ର ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧିତ ଖବର