ଅଦାଲତରୁ ମିଳିଲା ଅନୁମତି : ବ୍ୟବସାୟ ପାଇଁ ବିଦେଶ ଯାଇ ପାରିବେ ରବର୍ଟ ଭଦ୍ରା

ନୂଆଦିଲ୍ଲୀ : ଶୁକ୍ରବାର ଦିଲ୍ଲୀ ଅଦାଲତ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇଛନ୍ତି । ବ୍ୟବସାୟ ସହ ଜଡ଼ିତ କାମ ପାଇଁ ରବର୍ଟ ଭଦ୍ରା ବିଦେଶ ଯାଇ ପାରିବେ ବୋଲି ଅନୁମତି ଦେଇଛନ୍ତି ଦିଲ୍ଲୀ ଅଦାଲତ । ସେପ୍ଟେମ୍ବର ୨୧-ଅକ୍ଟୋବର ୮ପର୍ଯ୍ୟନ୍ତ ସ୍ପେନ୍‌ ଯିବା ପାଇଁ ରବର୍ଟ ଭଦ୍ରାଙ୍କୁ ଅନୁମତି ଦେବା ସହ ଏଭଳି ରାୟ ଶୁଣାଇଥିଲେ ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ କୁମାର ।

Image result for robert-vadra
The Hindu

ସୂଚନା ମୁତାବକ, ବେଆଇନ୍‌ ଅର୍ଥ କାରବାର ଅଭିଯୋଗରେ ରବର୍ଟ ଭଦ୍ରା ଫସିଥିବା ବେଳେ ଏବେ ତାଙ୍କୁ ଅଗ୍ରିମ ଜାମିନ୍‌ ମିଳିଛି । ଅଦାଲତର ଅନୁମତି ବିନା ସେ ଦେଶ ବାହାରକୁ ଯାଇ ପାରିବେ ନାହିଁ ବୋଲି ସର୍ତ୍ତ ରଖାଯାଇ ତାଙ୍କୁ ଗିରଫ କରାଯାଇ ନାହିଁ । ତେବେ ଗତ ଜୁନ୍‌ ମାସରେ ରବର୍ଟ ଭଦ୍ରା ନିଜର ଚିକିତ୍ସା ବିଦେଶରେ କରିବାକୁ ଚାହୁଁଥିବା ବେଳେ ଅଦାଲତ ପକ୍ଷରୁ ତାଙ୍କୁ ୬ମାସ ପାଇଁ ବିଦେଶ ଯିବାକୁ ଅନୁମତି ମିଳିଥିଲା ।

ସମ୍ବନ୍ଧିତ ଖବର