ପୁଣି ନିରାଶ ହେଲେ ଶିବକୁମାର, ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ : ତିହାର ଜେଲରେ ଥିବା କଂଗ୍ରେସ ନେତା ଡିକେ ଶିବକୁମାରଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ଦିଲ୍ଲୀର ରସ ଆଭେନ୍ୟୁ କୋର୍ଟ । ବିଚାପପତି ଅଜୟ କୁମାର କୁହର ଶିବକୁମାରଙ୍କୁ କୌଣସି ଆଶ୍ବସ୍ତି ଦେବାକୁ ମନା କରିଦେଇଛନ୍ତି ।

ଇଡି ଗତବର୍ଷ ଶିବକୁମାର ଓ ଅନ୍ୟ ତିନିଜଣଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ଅଭିଯୋଗରେ ମାମଲା ଦାଏର କରିଥିଲା । ହାଓ୍ବାଲା ମାଧ୍ୟମରେ ସେମାନେ ଅର୍ଥ ପଠାଉଥିବା ଇଡି ଜାଣିବାକୁ ପାଇଛି । ଏହାସହିତ ତାଙ୍କ ବିରୋଧରେ ଟିକସ ଠକେଇ ମାମଲା ରୁଜ୍ଜୁ ହୋଇଛି । ଡିକେ ଶିବକୁମାରଙ୍କୁ ଲଗାତାର ୪ ଦିନ ଧରି ଜେରା କରିବା ପରେ ଗତ ସେପ୍ଟେମ୍ବର ୩ ତାରିଖ ଦିନ ଗିରଫ କରିଥିଲା ଇଡି । ଗତ ୧୭ ତାରିଖରେ ତାଙ୍କର ବିଚାରବିଭାଗୀୟ ହାଜତକୁ ଆଉ ୧୪ ଦିନ ପାଇଁ ବଢାଇଦେଇଥିଲେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ । ଅନ୍ୟପକ୍ଷରେ କଂଗ୍ରେସ ଅଭିଯୋଗ କରିଛି ଯେ କେନ୍ଦ୍ର ସରକାର ପ୍ରତିଶୋଧପରାୟଣ ହୋଇ ଶିବକୁମାରଙ୍କୁ ଗିରଫ କରିଛନ୍ତି ।

ସମ୍ବନ୍ଧିତ ଖବର