ଶିବକୁମାରଙ୍କ ହାଜତ ମିଆଦ ସେପ୍ଟେମ୍ବର ୧୭କୁ ବୃଦ୍ଧି

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କ ବିଚାରବିଭାଗୀୟ ହାଜତକୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ବଢାଇଦେଇଛନ୍ତି ଦିଲ୍ଲୀର ରସ ଆଭେନ୍ୟୁ କୋର୍ଟ । ଗତ ସେପ୍ଟେମ୍ବର ୪ରେ ତାଙ୍କୁ କୋର୍ଟ ୧୦ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇଦେଇଥିଲେ ।

ଆଜି ତାଙ୍କର ହାଜତ ମିଆଦ ଶେଷ ହୋଇଥିଲା । କିନ୍ତୁ ଏହାକୁ ଆଉ ୫ ଦିନ ପାଇଁ ବଢାଇବାକୁ ଇଡି ଆବେଦନ କରିଥିଲା । ଶିବକୁମାର ତଦନ୍ତରେ ସହଯୋଗ କରୁନାହାନ୍ତି ବୋଲି ଇଡି କୋର୍ଟଙ୍କୁ ଜଣାଇଥିଲା । ଏହା ପରେ ହାଜତ ମିଆଦ ବଢାଇବାକୁ ଇଡି ଆବେଦନକୁ କୋର୍ଟ ଗ୍ରହଣ କରିଥଲେ । ତେବେ ଶିବକୁମାରଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାଉପରେ ନଜର ରଖିବାକୁ କୋର୍ଟ ଇଡିକୁ ପରାମର୍ଶ ଦେଇଛନ୍ତି । ଡିକେ ଶିବକୁମାରଙ୍କୁ ଲଗାତାର ୪ ଦିନ ଧରି ଜେରା କରିବା ପରେ ଗତ ୩ ତାରିଖ ଦିନ ଗିରଫ କରିଥିଲା ଇଡି । ବେଆଇନ ଅର୍ଥ କାରବାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା ।

ସମ୍ବନ୍ଧିତ ଖବର