ନୂଆଦିଲ୍ଲୀ: ଅଲ୍ଟ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ଶୁକ୍ରବାର ୨୦୧୮ ମସିହାରେ ଟ୍ୱିଟ୍ ମାମଲାରେ ଜାମିନ୍ ପ୍ରଦାନ କରିଛନ୍ତି ଦିଲ୍ଲୀ କୋର୍ଟ। ତାଙ୍କ ବିରୋଧରେ ଥିବା ଅନ୍ୟ ମାମଲାଗୁଡ଼ିକ ବିଚାର ନହେବା ପର୍ଯ୍ୟନ୍ତ ସେ ହେପାଜତରେ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରପ୍ରଦେଶର ସୀତାପୁର ଜିଲ୍ଳାର ଧାର୍ମିକ ଭାବନାକୁ ଆହତ କରିଥିବା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ୨୦୧୮ ମସିହାରେ ଟ୍ୱିଟରରେ ଆପତ୍ତିଜନକ ପୋଷ୍ଟ ଲେଖିଥିବାରୁ ଜୁନ୍ ୨୭ରେ ଦିଲ୍ଳୀ ପୁଲିସ୍ ଅଲ୍ଟ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରକୁ ଗିରଫ କରିଥିଲା। ଗତକାଲି ଜୁବେର ଉତ୍ତରପ୍ରଦେଶ ପୁଲିସ ଦ୍ବାରା ପଞ୍ଜୀକୃତ ସମସ୍ତ ୬ଟି ଏଫ୍ଆଇଆର୍ ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।
ଜୁବେର ବିରୋଧରେ ପ୍ରଥମେ ଭାରତୀୟ ଦଣ୍ଡ ସଂହିତା ଧାରା ୧୫୩ (ଦଙ୍ଗା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଉଦ୍ଦେଶ୍ୟମୂଳକ ପୋଷ୍ଟ) ଏବଂ ୨୯୫ (କୌଣସି ଧର୍ମକୁ ଅପମାନିତ କରିବା ଉଦ୍ଦେଶ୍ୟରେ ପୂଜାସ୍ଥଳୀକୁ ଅପବିତ୍ର କରିବା ) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ପରେ ତା ବିରୋଧରେ ୨୯୫ଏ (ଧାର୍ମିକ ଭାବନାକୁ ଆଘାତ ଦେବା ପାଇଁ ମନମୁଖୀ ତଥା ମନ୍ଦ ଉଦ୍ଦେଶ୍ୟ ରଖି କାର୍ଯ୍ୟ କରିବା) ଅଧୀନରେ ଏକ ମାମଲା ମଧ୍ୟ ପଞ୍ଜୀକୃତ ହୋଇଥିଲା ।
ସୂଚନା ଥାଉ କି ଟୁଇଟ୍ କରିଥିବା ପୋଷ୍ଟଗୁଡ଼ିକରୁ ଗୋଟିକରେ ଧାର୍ମିକ ଭାବାବେଗକୁ ବାଧିବା ଭଳି ବିଷୟବସ୍ତୁ ଥିବାରୁ ଜୁନ୍ ୨୭ରେ ଦିଲ୍ଲୀ ପୁଲିସ ମହମ୍ମଦ ଜୁବେରକୁ ଗିରଫ କରିଥିଲା। ସେଦିନ ନିମ୍ନ ଅଦାଲତ ତାକୁ ଗୋଟିଏ ଦିନ ପାଇଁ ପୁଲିସ ହାଜତକୁ ପଠାଇ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Zubair-altnews-Image-9-10-05-2020_202206211046096202_H@@IGHT_372_W@@IDTH_696.jpg)